ଟ୍ୱିନ ସିଟିର ପୋଲିସ କମିଶନର ଭାବେ ଦାୟିତ୍ଵ ନେବେ ସଞ୍ଜୀବ ପଣ୍ଡା, ଅପରାଧ ନିୟନ୍ତ୍ରଣ ଉପରେ ରହିବ ବଡ ଚ୍ୟାଲେଞ୍ଜ

ଆଜି ଦୈତ୍ୟ ନଗରୀର ପୋଲିସ କମିଶନର ଭାବେ ଦାୟିତ୍ଵ ନେବେ ସଞ୍ଜୀବ ପଣ୍ଡା । ୧୯୯୪ବ୍ୟାଚ IPS ଅଫିସର ସଞ୍ଜୀବ ପଣ୍ଡା। ସଂଜୀବ ପଣ୍ଡା ରାଜ୍ୟ ପୋଲିସର ବିଭିନ୍ନ ବିଭାଗ ରେ ସଫଳତାର ସହ କାମ କରିଛନ୍ତି। ପୁରୀ, ରାଉରକେଲା ଆଦି ଅଞ୍ଚଳରେ ସେ SP ଭାବେ ସଫଳତାର ସହ ଦୟୀତ୍ଵ ତୁଲାଇଛନ୍ତି।

କଟକ (କେନ୍ୟୁଜ): ଆଜି ଦୈତ୍ୟ ନଗରୀର ପୋଲିସ କମିଶନର ଭାବେ ଦାୟିତ୍ଵ ନେବେ ସଞ୍ଜୀବ ପଣ୍ଡା । ୧୯୯୪ବ୍ୟାଚ IPS ଅଫିସର ସଞ୍ଜୀବ ପଣ୍ଡା । ସଂଜୀବ ପଣ୍ଡା ରାଜ୍ୟ ପୋଲିସର ବିଭିନ୍ନ ବିଭାଗରେ ସଫଳତାର ସହ କାମ କରିଛନ୍ତି । ପୁରୀ, ରାଉରକେଲା ଆଦି ଅଞ୍ଚଳରେ ସେ SP ଭାବେ ସଫଳତାର ସହ ଦୟୀତ୍ଵ ତୁଲାଇଛନ୍ତି । ସେହିପରି ସେ ଦକ୍ଷିଣ ପଶ୍ଚିମାଞ୍ଚଳ DIG, IG ପର୍ଷନାଲ, IG OSAP ମଧ୍ୟ ରହିଛନ୍ତି। ସେହିପରି ADG କ୍ରାଇମ୍ ବ୍ରାଞ୍ଚ, ପରିବହନ କମିଶନର, ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦାୟୀତ୍ଵ ତୁଲାଇଛନ୍ତି । ADG କ୍ରାଇମ୍ ବ୍ରାଞ୍ଚ ଥିବା ବେଳେ ବାଲେଶ୍ବରରେ DRDO ହନିଟ୍ରାପ୍ କେସ ଭଳି ଅନେକ ଗୁରୁତ୍ୱପୁର୍ଣ୍ଣ ମାମଲାର ସେ ସଫଳତାର ସହ ତଦନ୍ତ ହୋଇପାରିଛି । ଗୁଇନ୍ଦା ନିର୍ଦ୍ଦେଶକ ଥିବା ସମୟରେ ମାଓ ମୁକାବିଲା ପାଇଁ ସ୍ବତନ୍ତ୍ର ରଣନୀତି କରିଥିଲେ । ଏହି ସମୟରେ KKBN କରିଡ଼ର ଓ ନୂଆପଡ଼ା ଛତିଶଗଡ ସୀମାରେ ଅପରେସନକୁ ଜୋରଦାର କରାଯାଇଥିଲା ଏହା ସହ ବହୁ କ୍ୟାଡର ମାଓବାଦୀ ଆତ୍ମ ସମର୍ପଣ କରିଥିଲେ ।

ପୋଲିସ କମିଶନର ଭାବେ ସଞ୍ଜୀବ ପଣ୍ଡାଙ୍କ ପାଇଁ ଅନେକ ଚାଲେଞ୍ଜ ରହିଛି । ସାଧାରଣ ନିର୍ବାଚନ ବଡ଼ ଚାଲେଞ୍ଜ । ନିର୍ବାଚନରେ ସୋସିଆଲ ମିଡିଆରେ ଅପ ପ୍ରଚାର, ଡିଜିଟାଲ ପ୍ରଚାର, ହେଟ ସ୍ପିଚ ବଡ ଚାଲେଞ୍ଜ ରହିବ । ସେହିଭଳି ଆଇନ ଶୃଙ୍ଖଳା, ଭିଭିଆପି ସୁରକ୍ଷା, ନିଶା କାରବାରକୁ ନିୟନ୍ତ୍ରଣ କରିବା, ଟ୍ରାଫିକ ପରିଚାଳନା ଆଦି ଆହ୍ବାନ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.