Below header

ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ: ମୋଦିଙ୍କ ସହ କଥା ହେବେ ୩ ହଜାର ଛାତ୍ରଛାତ୍ରୀ, ଦେବେ ପରୀକ୍ଷା ପ୍ରସ୍ତୁତି ଟିପ୍ସ

ଆଜି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ସପ୍ତମ ସଂସ୍କରଣ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନେଇ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍କୁଲ ଛାତ୍ରଛାତ୍ରୀ , ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ ମୋଦି। କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ମାଇ ଗଭ ପୋର୍ଟାଲ ମାଧ୍ୟମରେ ସାରା ଦେଶରୁ ରେକର୍ଡ ସଂଖ୍ୟକ ୨କୋଟି ୨୬ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି।

ନୂଆଦିଲ୍ଲୀ : ଆଜି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ସପ୍ତମ ସଂସ୍କରଣ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନେଇ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍କୁଲ ଛାତ୍ରଛାତ୍ରୀ , ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ ମୋଦି। କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ମାଇ ଗଭ ପୋର୍ଟାଲ ମାଧ୍ୟମରେ ସାରା ଦେଶରୁ ରେକର୍ଡ ସଂଖ୍ୟକ ୨କୋଟି ୨୬ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି ।

ନୂଆଦିଲ୍ଲୀର ଭାରତ ମଣ୍ଡପମ ସହ ଆଇଟିବିପି ଓ ନୂଆଦିଲ୍ଲୀ ଟାଉନ ହଲରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ପ୍ରାୟ ୩ ହଜାର ଶିକ୍ଷାର୍ଥୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି, ଯେଉଁଥିରେ ବିଗତ ୬ ବର୍ଷ ଧରି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ସଫଳତାର ସହ ସାମିଲ କରାଯାଉଛି ।

ଏଥିରେ କଳା ମହୋତ୍ସବର ବିଜେତାଙ୍କ ସହ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨ ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ଆଲୋଚନା କାର୍ଯ୍ୟକ୍ରମରେ ଉପସ୍ଥିତ ହେବା ପାଇଁ ନିମନ୍ତ୍ରଣ କରାଯାଇଛି । ପ୍ରଥମ ଥର ପାଇଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.