ଶ୍ରୀଲଙ୍କା କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ବୋର୍ଡ ଉପରୁ ନିଲମ୍ବନ ହଟାଇଲା ଆଇସିସି

ଶ୍ରୀଲଙ୍କା ଉପରୁ ବ୍ୟାନ ହଟିବା ନେଇ ଆଇସିସି ଏକ ବୟାନ ଜାରି କରି ଘୋଷଣା କରିଛି । ମାତ୍ର ଶ୍ରୀଲଙ୍କା ତା’ର ଦାୟିତ୍ୱ ଠିକ୍ ଭାବେ ସମ୍ପାଦନ କରୁଥିବା ହୃଦବୋଧ ହୋଇଥିବାରୁ ଏବେ ନିଲମ୍ବନ ହଟାଇ ନିଆଯାଇଛି ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।

ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରୁ ନିଲମ୍ବନ ହଟାଇଛି ଆଇସିସି । ଆଇସିସି ପକ୍ଷରୁ ଏନେଇ ଏକ ବୟାନ ଜାରି କରାଯାଇଛି । ଗତବର୍ଷ ହୋଇଥିବା ଦିନିକିଆ କ୍ରିକେଟ ବିଶ୍ୱକପ ସମୟରେ ଆଇସିସି ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସଦସ୍ୟତା ସସପେଣ୍ଡ କରିଥିଲା ଆଇସିସି । କୋର୍ଡ ଅଫ୍ କଣ୍ଡକ୍ଟ ଉଲ୍ଲଂଘନ ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କରାଯାଇଥିଲା ।

ଶ୍ରୀଲଙ୍କା ଉପରୁ ବ୍ୟାନ ହଟିବା ନେଇ ଆଇସିସି ଏକ ବୟାନ ଜାରି କରି ଘୋଷଣା କରିଛି । ଆଇସିସିର ଏକ ସଦସ୍ୟ ଥାଇ ମଧ୍ୟ ଶ୍ରୀଲଙ୍କା ନିଜ କର୍ତ୍ତବ୍ୟରେ ଉଲ୍ଲଂଘନ କରିଥିଲା । ତେଣୁ ଗତ ନଭେମ୍ବର ମାସରେ ଶ୍ରୀଲଙ୍କା କ୍ରିକେଟକୁ ସସପେଣ୍ଡ କରାଯାଇଥିଲା । ମାତ୍ର ଶ୍ରୀଲଙ୍କା ତା’ର ଦାୟିତ୍ୱ ଠିକ୍ ଭାବେ ସମ୍ପାଦନ କରୁଥିବା ହୃଦବୋଧ ହୋଇଥିବାରୁ ଏବେ ନିଲମ୍ବନ ହଟାଇ ନିଆଯାଇଛି ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।

ଗତ ବିଶ୍ୱକପରେ ଭାରତ ବିପକ୍ଷରେ ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ୍ ହେବା ପରେ ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ବରଖାସ୍ତ କରିଦେଇଥିଲେ, ଯାହାକି ଆଇସିସିର ନିୟମ ବିରୋଧୀ ଥିଲା । ପରେ ଆଇସିସି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।  ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେ କ୍ରିକେଟ୍ ବୋର୍ଡକୁ ସସପେଣ୍ଡ୍ କରି ଏକ ମଧ୍ୟବର୍ତ୍ତୀ କମିଟି ଗଠନ କରିଥି, ଯାହାର ଅଧ୍ୟକ୍ଷତା ୧୯୯୬ ମସିହାରେ ଶ୍ରୀଲଙ୍କାକୁ ବିଶ୍ୱ ଚାମ୍ପିଅନ୍ କରିଥିବା ଅର୍ଜୁନ ରଣତୁଙ୍ଗା କରିବେ ।

ଶ୍ରୀଲଙ୍କା ଉପରେ ବ୍ୟାନ ଲାଗିବା କାରଣରୁ ପୁରୁଷ ଅଣ୍ଡର-୧୯ ବିଶ୍ୱକପକୁ ଶ୍ରୀଲଙ୍କାରୁ ପରିବର୍ତ୍ତନ କରାଯାଇ ଦକ୍ଷିଣ ଆଫ୍ରିକାକୁ ନିଆଯାଇଥିଲା । ଗତ ନଭେମ୍ବରରେ ଶ୍ରୀଲଙ୍କା ନିଲମ୍ବନ ବିରୋଧରେ ଅପିଲ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.