Below header

କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମାଣିତ୍ରୀ ପଞ୍ଚାୟତ ଜଳଙ୍ଗଗଣ୍ଡିବେଡ଼ ଗାଁରୁ ଚୋରି । ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ତାଙ୍କ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି l

ବାଲେଶ୍ୱର (କେନ୍ୟୁଜ୍‌) : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମାଣିତ୍ରୀ ପଞ୍ଚାୟତ ଜଳଙ୍ଗଗଣ୍ଡିବେଡ଼ ଗାଁରୁ ଚୋରି । ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ତାଙ୍କ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି l ଗଡ଼ରେଜରୁ ୨ଶହ ଗ୍ରାମର ସୁନା ଅଳଙ୍କାର ସହିତ ଦେଢ଼ ଲକ୍ଷ ଟଙ୍କା ଲୋଟି ନେଇଥିବା ଅଭିଯୋଗ ହୋଇଛି । ଆଜି ସକଳେ ତାଙ୍କ ଘର ପାଖରେ ରହୁଥିବା ବଡ଼ ଭାଇ ଏ ନେଇ ତାଙ୍କୁ ଜଣାଇଥିଲେ। ସିମୁଳିଆ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଓ ବାଲେଶ୍ୱର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଘର ଭିତରେ ଜିନିଷ ପତ୍ର ଏଣେତେଣେ ପଡିଛି l ପୂର୍ଣ୍ଣଚନ୍ଦ୍ର ପରିବାର ଲୋକଙ୍କ ସହିତ ଦୁବାଇରେ ରହୁଛନ୍ତି l ଘରେ କେହି ନଥିବାର ସୁଯୋଗ ନେଇ ଏହି କାଣ୍ଡ ଭିଆଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.