Below header

ପେଟ୍ରୋଲ ପମ୍ପରୁ ଲୁଟ୍‌: ଭଙ୍ଗାରୁଜା ସହ କର୍ମଚାରୀଙ୍କୁ ମାଡ ମାରି ଲୁଟିନେଲେ ଟଙ୍କା, ସିସିଟିଭିରେ କଏଦ ହେଲା ଦୃଶ୍ୟ

ସୋର(କେନ୍ୟୁଜ୍): ପେଟ୍ରୋଲ ପମ୍ପରୁ ଲୁଟ୍‌ । ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟିନେଲେ ଲୁଟେରା । ସିସିଟିଭିରେ କଏଦ ହେଲା ଲୁଟ ବେଳର ଦୃଶ୍ୟ । ବାଲେଶ୍ୱର ଜିଲ୍ଲା ସୋର ୧୬ ନମ୍ବର ଜାତୀୟ ରାଜପଥ ପାଇକାଳି ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଲୁଟ୍‌ ।

ଲୁଟ ସମୟର ପୁରା ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି । ସୂଚନା ଅନୁଯାୟୀ, ୩ଜଣ ଯୁବକ ତେଲ ପକାଇବାକୁ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ମାରିବା ସହ ଅଫିସରେ ଲାଗିଥିବା କାଚ ଭାଙ୍ଗି ୩୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ଆହତ କର୍ମଚାରୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୋର ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.