Below header

ଦମ୍ପତିଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଘରେ ପଶି କଳାକନା ବୁଲାଇଲେ ଡକାୟତ

ଫିଲ୍ମ ଷ୍ଟାଇଲରେ ଲୁଟ୍ । ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ସୁନାଗହଣା ଲୁଟି ନେଲେ ଡକାୟତ ଦଳ । ପୁରୀ ଜିଲ୍ଲା ପିପିଲି ରଥପୁରୁଷୋତ୍ତମପୁର ପଞ୍ଚାୟତ ଦକ୍ଷିଣ ସାହି ଗାଁରେ ଡକାୟତି ହୋଇଛି । ଲୁଟ୍ ର ଶିକାର ହୋଇଛନ୍ତି ହୋମିଓପାଥିକ ଡାକ୍ତର ରବୀନ୍ଦ୍ର ମହାପାତ୍ର ।

ପିପିଲି (କେନ୍ୟୁଜ): ଫିଲ୍ମ ଷ୍ଟାଇଲରେ ଲୁଟ୍ । ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ସୁନାଗହଣା ଲୁଟି ନେଲେ ଡକାୟତ ଦଳ । ପୁରୀ ଜିଲ୍ଲା ପିପିଲି ରଥପୁରୁଷୋତ୍ତମପୁର ପଞ୍ଚାୟତ ଦକ୍ଷିଣ ସାହି ଗାଁରେ ଡକାୟତି ହୋଇଛି । ଲୁଟ୍ ର ଶିକାର ହୋଇଛନ୍ତି ହୋମିଓପାଥିକ ଡାକ୍ତର ରବୀନ୍ଦ୍ର ମହାପାତ୍ର । ଗତକାଲି ବିଳମ୍ବିତ ରାତିରେ କିଛି ଡକାୟତ ରବୀନ୍ଦ୍ରଙ୍କ ଘରେ ପଶି ଧାରୁଆ ଅସ୍ତ୍ରରେ ଦମ୍ପତ୍ତିଙ୍କୁ ଆକ୍ରମଣ କରି ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଆକ୍ରମଣରେ ଦମ୍ପତ୍ତିଙ୍କ ସମେତ ତାଙ୍କ ପୁଅ, ବୋହୂ, ନାତି ଆହତ ହୋଇଛନ୍ତି। ସମସ୍ତଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଯୋଗ୍ୟ ଫେବୃୟାରୀ ୧୫ ତାରିଖରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା ନୟାଗଡ ଦଶପଲ୍ଲା ଥାନା ସିମିଳି ସାହି ଗାଁରେ । ଗ୍ରାମର ପ୍ରମୋଦ ପ୍ରଧାନଙ୍କ ଘରେ ସମସ୍ତ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘର ପଛପଟ କବାଟ ଭାଙ୍ଗି ଘର ଭିତକୁ ପଶିଥିଲେ ଦୁର୍ବୃତ୍ତ। ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଅନେକ ଗୁରୁତତ୍ୱପୂର୍ଣ୍ଣ ଆସବାପତ୍ର ଲୁଟିନେଇ ଯାଉଥିବା ବେଳେ ହଠାତ୍ ଚୋରଙ୍କ ଶବ୍ଦ ଶୁଣି ଘର ମାଲିକ ପ୍ରମୋଦ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ଟିକିନା ପ୍ରଧାନ ନିଦରୁ ଉଠି ପଡିଥିଲେ । ରାତି ଅଧରେ ଆଖି ଆଗରେ କିଛି ଦୁର୍ବୃତ୍ତଙ୍କୁ ଦେଖି ସେମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଫଳରେ ଦୁର୍ବୃତ୍ତମାନେ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଏବଂ ସମସ୍ତ ସୁନା ଗହଣା ଧରି ଚମ୍ପଟ ମାରିଥିଲେ । ଦମ୍ପତିଙ୍କ ଚିତ୍କାର ଶୁଣି ପଡୋଶୀ ଲୋକେ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଚିକିତ୍ସା ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.