ବେକାର ଗଲା ବିରାଟଙ୍କ ଶତକ, ବଟଲରଙ୍କ ଶତକରେ ରାଜସ୍ଥାନ ରୟାଲ୍ସ  ହେଲା ବିଜୟୀ

ବେକାର ଗଲା ବିରାଟଙ୍କ ଶତକ । କୋହଲିଙ୍କ ଶତକକୁ ଫିକା କରିଦେଲେ ଇଂଲିସ୍ ବ୍ୟାଟର ଜୋସ ବଟଲର । ଆରସିବି ପକ୍ଷରୁ ଦିଆଯାଇଥିବା ୧୮୪ ରନର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲର୍ସ ୫ ବଲ୍ ପୂର୍ବରୁ ମ୍ୟାଚ୍  ଜିତିନେଇଛି। ବଟଲର୍  ଛକା ମାରି ଶତକ ଅର୍ଜନ କରିବା ସହ ଦଳକୁ ଜିତାଇଥିଲେ। 

ବେକାର ଗଲା ବିରାଟଙ୍କ ଶତକ । କୋହଲିଙ୍କ ଶତକକୁ ଫିକା କରିଦେଲେ ଇଂଲିସ୍ ବ୍ୟାଟର ଜୋସ ବଟଲର । ଆରସିବି ପକ୍ଷରୁ ଦିଆଯାଇଥିବା ୧୮୪ ରନର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲର୍ସ ୫ ବଲ୍ ପୂର୍ବରୁ ମ୍ୟାଚ୍  ଜିତିନେଇଛି। ବଟଲର୍  ଛକା ମାରି ଶତକ ଅର୍ଜନ କରିବା ସହ ଦଳକୁ ଜିତାଇଥିଲେ। ଫଳରେ ରାଜସ୍ଥାନ ଲଗାତାର ୪ ମ୍ୟାଚ୍ ଜିତି ୮ ପଏଣ୍ଟ ସହ ଟେବୁଲ ଶୀର୍ଷକୁ ଉଠିଛି ।  ଆରସିବି ହ୍ୟାଟ୍ରିକ୍ ପରାଜୟ ପାଇ ଅଷ୍ଟମ ସ୍ଥାନରେ ସଂଘର୍ଷ ଜାରି ରଖିଛି ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୩ ୱିକେଟ ହରାଇ ୧୮୩ ରନ୍ ସ୍କୋର୍ କରିଥିଲା । ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ୧୧୩ ରନ୍ କରିଥିବାବେଳେ ଫାଫ୍ ଡୁ ଫ୍ଲାସିସ୍ ୪୪ ରନ୍ କରିଥିଲେ। ଏହାର ଜବାବରେ ରାଜସ୍ଥାନ ରୟାଲର୍ସ ୧୯.୧ ଓଭରରେ ୪ ୱିକେଟ ହରାଇ ୧୮୯ ରନ୍ କରି ମ୍ୟାଚ୍ ଜିତି ନେଇଛି ।  ରାଜସ୍ଥାନ ରୟାଲର୍ସ ପକ୍ଷରୁ ଜୋସ୍ ବଟଲର ଅପରାଜିତ ୧୦୦ ରନ୍ କରିଥିବାବେଳେ ସଞ୍ଜୁ ସାମସନ୍ ୬୯ ରନ୍  କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.