Below header

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲା ମିଶନ ରାଉରକେଲା

ମିଶନ ରାଉରକେଲା ସଂଗଠନର ସମସ୍ତ କର୍ମକର୍ତ୍ତା ମିଶି ସୁନ୍ଦର ଭାବରେ ନିର୍ମାଣ କରିଥିଲେ ରଙ୍ଗୋଲିରେ ବିଶାଳକାୟ ହକି ବିଶ୍ୱକପ ଟ୍ରଫି । ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ର ଜୁରୀମାନେ ଏହାକୁ ସ୍ଥାନିତ କରିଛନ୍ତି । ରାଉରକେଲା ପ୍ରଶାସନ ପକ୍ଷଣୁ ଏହି ସଂଗଠନକୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ସାର୍ଟିଫିକେଟ ଏବଂ ମେଡାଲ ପ୍ରଦାନ କରିଛନ୍ତି ।

ରାଉରକେଲା(କେନ୍ୟୁଜ):  ରାଉରକେଲା ସହରର ସ୍ୱେଛାସେବୀ ସଂଗଠନ ମିଶନ ରାଉରକେଲା ସଂଗଠନ କୁ ମିଳିଲା ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ। ବିଶ୍ଵକପ ହକି ପୂର୍ବରୁ ଆୟୋଜିତ ରାହାଗିର କାର୍ଯ୍ଯକ୍ରମରେ ରଙ୍ଗୋଲିରେ ପଚାଶ ଫୁଟ ଲମ୍ବର ହକି ବିଶ୍ୱକପ ଟ୍ରଫିର ର୍ନିମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ମିଶନ ରାଉରକେଲା ସଂଗଠନ।

ହକି ବିଶ୍ୱକପ ସମୟରେ ରଙ୍ଗୋଲି ଦ୍ୱାରା ପଚାଶ ଫୁଟ ଲମ୍ବ ର ଏକ ହକି ବିଶ୍ୱକପ ଟ୍ରଫି ର୍ନିମାଣ କରିଥିଲେ ମିଶନ ରାଉରକେଲାର ସମସ୍ତ କର୍ମକର୍ତ୍ତା ମାନେ। ରାଉରକେଲା ସହରରେ ହକି ବିଶ୍ୱକପ ପୂର୍ବରୁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ବହୁ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ତେବେ ଏହା ମଧ୍ୟରୁ ରାଉରକେଲା ’ରାହଗିରି’ ପଥ ମହୋତ୍ସବରେ ମିଶନ ରାଉରକେଲା ସଂଗଠନର ସମସ୍ତ କର୍ମକର୍ତ୍ତା ମିଶି ସୁନ୍ଦର ଭାବରେ ର୍ନିମାଣ କରିଥିଲେ ରଙ୍ଗୋଲି ସାହାଯ୍ଯରେ ବିଶାଳକାୟ ହକି ବିଶ୍ୱକପ ଟ୍ରଫି।

ଏହି ରଙ୍ଗୋଲି ଦ୍ୱାରା ର୍ନିମିତ ହକି ବିଶ୍ୱକପ ଟ୍ରଫିକୁ ନେଇ ମିଶନ ରାଉରକେଲା ସଂଗଠନ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଆବେଦନ କରିଥିଲେ। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ର ଜୁରୀ ସଦସ୍ଯମାନେ ଏହାକୁ ଦେଖି ଏବଂ ତର୍ଜମା କରି ରାସ୍ତା ଉପରେ ରଙ୍ଗୋଲିରେ ର୍ନିମିତ ହକି ବିଶ୍ୱକପ ଟ୍ରଫିକୁ ସିଲେକ୍ଟ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ଦେଲେ। ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇବା ପରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ରାଉରକେଲା ମହାନଗର ନିଗମ କମିଶନର ଡଃ ଶୁଭଙ୍କର ମହାପାତ୍ର ମିଶନ ରାଉରକେଲା ସଂଗଠନକୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ପକ୍ଷରୁ ଦିଆଯାଇଥିବା ସାର୍ଟିଫିକେଟ ଏବଂ ମେଡାଲ ସହ ବୁକକୁ ପ୍ରଦାନ କରିଛନ୍ତି।

ଏପଟେ ମିଶନ ରାଉରକେଲା ସଂଗଠନର ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ର। ଏହାସହ ମିଶନ ରାଉରକେଲାର ସଦସ୍ଯ ମାନେ ଏହି ଇଣ୍ଡିଆ ବୁକ ଅଫ ରେକର୍ଡ କୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉତ୍ସର୍ଗ କରିଛନ୍ତି ଏବଂ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚେଷ୍ଟା ବଳରେ ରାଉରକେଲାରେ ହକି ବିଶ୍ୱକପ ଆୟୋଜନ ହୋଇପାରିଲା ଏବଂ ସେଥିପାଇଁ ଏହି ଇଣ୍ଡିଆ ବୁକ ଅଫ ରେକର୍ଡରେ ସଂଗଠନ ସ୍ଥାନ ପାଇଲା ତେଣୁ କରି ଏହି ରେକର୍ଡକୁ ମୁଖ୍ଯମନ୍ତ୍ରୀଙ୍କୁ ଉତ୍ସର୍ଗ କରିବା ସହ ଧନ୍ଯବାଦ ଅର୍ପଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.