Below header

ମନୋବଳ ଯଦି ଠିକ୍ ଅଛି, ବୟସ ମାପକାଠି ହୁଏନାହିଁ: ୧୦୧ ଜଣ ବୟୋଜ୍ୟେଷ୍ଠ ଏକତ୍ର ସ୍କାଏଡାଇଭିଂ କରି କଲେ ରେକର୍ଡ

କୁହାଯାଏ ମନୋବଳ ଯଦି ଠିକ୍ ଅଛି, ତା ହେଲେ ବୟସ ମାପକାଠି ହୁଏନାହିଁ । ଏପରି ଅନେକ ଉଦାହରଣ ମଧ୍ୟ ରୁ ଗୋଟିଏ ଉଦାହରଣ ହେଉଛି ଆଜିର ଏହି ଘଟଣା।୧୦୧ ବୟୋଜ୍ୟେଷ୍ଠଙ୍କ ଏକତ୍ର ସ୍କାଏଡାଇଭିଂ। ଆପଣଙ୍କୁ ଏହା ଆଶ୍ଚର୍ଯ୍ଯ ଲାଗୁଥିଲେ ବି କଥାଟି ପୁରା ସତ।

କାଲିଫର୍ଣ୍ଣିଆ: କୁହାଯାଏ ମନୋବଳ ଯଦି ଠିକ୍ ଅଛି, ତା ହେଲେ ବୟସ ମାପକାଠି ହୁଏନାହିଁ । ଏପରି ଅନେକ ଉଦାହରଣ ମଧ୍ୟ ରୁ ଗୋଟିଏ ଉଦାହରଣ ହେଉଛି ଆଜିର ଏହି ଘଟଣା।୧୦୧ ବୟୋଜ୍ୟେଷ୍ଠଙ୍କ ଏକତ୍ର ସ୍କାଏଡାଇଭିଂ। ଆପଣଙ୍କୁ ଏହା ଆଶ୍ଚର୍ଯ୍ଯ ଲାଗୁଥିଲେ ବି କଥାଟି ପୁରା ସତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କାଲିଫର୍ଣ୍ଣିଆର ପେରିସ ସହରରେ। ଯେଉଁଠି ଦଳେ ବରିଷ୍ଠ ନାଗରିକ ବୟସକୁ ପଛରେ ପକାଇ ଯୁବପୀଢିଙ୍କ ଭଳି କରିଦେଖାଇଛନ୍ତି କାମ।

ସେମାନେ ସ୍କାଏଡାଇଭିଂ ଭଳି ଏକ ଦୁଃସାହସିକ ଅଭିଯାନରେ ସାମିଲ ହୋଇ ଦୁଇ ଦୁଇଟି ବିଶ୍ବ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଗତ ୧୫ ତାରିଖରେ ଦକ୍ଷିଣ କାଲିଫର୍ଣ୍ଣିଆର ‘ସ୍କାଏଡାଇଭ୍‌ ପେରିସ’ ନାମକ ସଂସ୍ଥା ଦ୍ବାରା ଆୟୋଜିତ ସ୍କାଏଡାଇଭିଂ କାର୍ଯ୍ୟକ୍ରମରେ ୬୦ରୁ ୭୮ ବର୍ଷ ବୟସର ୧୦୧ ଜଣ ବରିଷ୍ଠ ନାଗରିକ ୧-ପଏଣ୍ଟ୍‌ ଆକୃତି ସୃଷ୍ଟି କରି ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ଏହି ରେକର୍ଡ ୨୦୧୮ରେ ଚିକାଗୋରେ ଆୟୋଜିତ ଅନୁରୂପ କାର୍ଯ୍ୟକ୍ରମରେ ଭାଗ ନେଇଥିବା ୭୫ ଜଣ ସ୍କାଏଡାଇଭର୍‌ଙ୍କ ନାମରେ ରହିଥିଲା।

ସେହିପରି କାଲିଫର୍ଣ୍ଣିଆର ଏହି ବୟୋଜ୍ୟେଷ୍ଠମାନେ ସେମାନଙ୍କର ଦ୍ବିତୀୟ ପ୍ରଚେଷ୍ଟାରେ ଆଉ ଏକ ରେକର୍ଡ କରିଥିଲେ। ଏଥିରେ ୯୫ ଜଣ ବରିଷ୍ଠ ନାଗରିକ ୨-ପଏଣ୍ଟ୍‌ ଆକୃତି ସୃଷ୍ଟି କରି ଏହି କୀର୍ତ୍ତି ସ୍ଥାପନ କରିଥିଲେ। ପୂର୍ବରୁ ଏହି ରେକର୍ଡ ୨୦୧୭ରେ ସେହି ପେରିସ ଠାରେ ୬୦ ଜଣ ସ୍କାଏଡାଇଭର ସ୍ଥାପନ କରିଥିଲେ। ବରିଷ୍ଠ ନାଗରିକଙ୍କର ଏଭଳି ଦୁଃସାହସିକ ପ୍ରଦର୍ଶନର ଭିଡିଓ ଚିତ୍ର ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‌ ପ୍ରଚାରିତ ହେବା ସହ ପ୍ରଶଂସା ମଧ୍ୟ ସାଉଁଟିବାରେ ଲାଗିଛି। ମନୋବଳ ପାଖରେ ବୟସ କିପରି ହାର ମାନିଥାଏ ତାହା ସେମାନେ ପ୍ରମାଣ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

କିଛି କରିବାର ଇଚ୍ଛା ଥିଲେ ସବୁ ବାଧାବିଘ୍ନ ବି ତୁଚ୍ଛ ଲାଗେ। ନିଜ ସ୍ୱପ୍ନ ପୂରଣ କରିବାକୁ ଯଦି ଜଣେ ମନସ୍ଥ କରିଥାଏ ତେବେ ସବୁ ପରିସ୍ଥିତିର ମୁକାବିଲା କରି ସେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଯାଏ। କୌଣସି ଜିନିଷ ତା’ ପାଇଁ ବାଧକ ସାଜିପାରେନା। ବୟସ ହେଲାପରେ ଆମେ ଆମ ସ୍ୱପ୍ନ ଆଉ ପୂରଣ ହୋଇପାରିବନି ବୋଲି ଭାବିଥାଉ। ହେଲେ ବୟସ ତ ମାତ୍ର ଏକ ସଂଖ୍ଯା ଯଦି ଆପଣ ନିଜ ସ୍ୱପ୍ନ ପୂରା କରିବାକୁ ଲାଗିପଡ଼ିବେ ତେବେ ବୟସକୁ ପଛରେ ପକାଇ ଆପଣ ବି ସଫଳତାର ଆକାଶ ଛୁଇଁ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.