Below header

ସୁଲଭ ମୂଲ୍ୟରେ ଟିଫିନ ଓ ମିଲ୍ସ ଯୋଗାଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ମିଶନ ଶକ୍ତି କାଫେ, ମହିଳାମାନେ ହୋଇପାରୁଛନ୍ତି ସ୍ୱାବଲମ୍ବୀ

କନ୍ଧମାଳରେ ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି ଜରିଆରେ ପ୍ରତି ବ୍ଲକରେ ମିଶନ ଶକ୍ତି କାଫେ ଖୋଲାଯାଇ ଲୋକଙ୍କୁ ସୁଲଭ ଦରରେ ଟିଫିନ ଓ ମିଲସ ଯୋଗାଇ ଦିଆଯାଉଛି । ଦିନେ ଗାଁରେ ରହି ଘରୁ ଗୋଡ ବାହାର କରିବାକୁ ଭୟ କରୁଥିବା ମହିଳା ମାନେ ଆଜି ସହରାଞ୍ଚଳରେ ମିଶନ କାଫେ କରି ନିଜେ ସ୍ୱାବଲମ୍ବି ହୋଇଛନ୍ତି ।

କନ୍ଧମାଳ (କେନ୍ୟୁଜ): କନ୍ଧମାଳରେ ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି ଜରିଆରେ ପ୍ରତି ବ୍ଲକରେ ମିଶନ ଶକ୍ତି କାଫେ ଖୋଲାଯାଇ ଲୋକଙ୍କୁ ସୁଲଭ ଦରରେ ଟିଫିନ ଓ ମିଲସ ଯୋଗାଇ ଦିଆଯାଉଛି । ଦିନେ ଗାଁରେ ରହି ଘରୁ ଗୋଡ ବାହାର କରିବାକୁ ଭୟ କରୁଥିବା ମହିଳା ମାନେ ଆଜି ସହରାଞ୍ଚଳରେ ମିଶନ କାଫେ କରି ନିଜେ ସ୍ୱାବଲମ୍ବି ହୋଇଛନ୍ତି । ରାଜ୍ୟ ସରକାର ମହିଳା ସଶକ୍ତି କରଣକୁ ଗୁରୁତ୍ଵ ଦେଇ ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରି ସେମାନେ କିଭଳି ଭାବେ ସମାଜର ଆଗକୁ ଆସି ପାରିବେ ଓ ସ୍ୱାବଲମ୍ବି ହୋଇପାରିବେ ଏବଂ ଏସଏଚଜି ମା ମାନଙ୍କୁ shg ରୁ sme କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହି କ୍ରମରେ କନ୍ଧମାଳର ପ୍ରତି ବ୍ଲକରେ ମିଶନ ଶକ୍ତି କାଫେ ଖୋଲାଯାଇ କନ୍ଧମାଳର ଆଦିବାସୀ ମହିଳା ମାନଙ୍କୁ ଆଗକୁ ଆଣିବା ପାଇଁ ଚେଷ୍ଟା କରିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ଏସଏଚଜି ଗ୍ରୁପ ମାନଙ୍କୁ ଘର, ଫ୍ରିଜ, ଓଭନ, ଗ୍ରାଇଣ୍ଡର, ଚେୟାର ଟେବୁଲ ଆଦି ଯୋଗାଇ ଏସଏଚଜି ମହିଳା ମାନଙ୍କୁ ଭୁବନେଶ୍ବର ନେଇ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତିର ତାଲିମ ଦେଇ ସେମାନକୁ ପ୍ରତି ବ୍ଲକ ପରିସରରେ ଏକ ଘର ଦେଇ ସେଠାରେ ମିସନ ଶକ୍ତି କାଫେ କରି ସେମାନଙ୍କୁ ହସ୍ତାନ୍ତର କରାଯାଇଛି । ସେଠାରେ ସେମାନେ ଚାହା ଠାରୁ ଆରମ୍ଭକରି ସୁଲଭ ମୂଲ୍ୟରେ ଟିଫିନ ଓ ମିଲ୍ସ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ମିସନ ଶକ୍ତି କାଫେରେ ପ୍ରଥମେ ମହିଳା ମାନେ ପରିଷ୍କାର ପରିଚ୍ଛନତା ଉପରେ ଗୁରୁତ୍ଵ ଦେଇଥାନ୍ତି । କାଫେର ପରିବେଶକୁ ସଫା ସୁତୁରା ରଖିଥାନ୍ତି । ରୋଷେଇ କଲା ବେଳେ ମଧ୍ୟ ପରିଷ୍କାର ଉପରେ ଗୁରୁତ୍ଵ ଦେଇ ନିଜେ ୟୁନିଫର୍ମ, ମୁଣ୍ଡରେ ହେୟାର କ୍ୟାପ ପିନ୍ଧି ରୋଷେଇ କରନ୍ତି । ସକାଳୁ ଚାହା, କଫି ସହିତ ଜଳଖିଆରେ ଉପମା, ପୁରୀ, ଇଡିଲି ବରା, ଆଦି କରିଥାନ୍ତି ଏବଂ ମଧ୍ୟାହ୍ନ ଭୋଜନାରେ ସାଧା ଓ ଆମିଷ କରି ଲୋକଙ୍କୁ ସୁଲଭ ମୁଲ୍ୟରେ ଦେଇଥାନ୍ତି । ତେଲ ମସଲା କମ ଘରୋଇ ଖାଦ୍ୟ ସହ ଲୋକଙ୍କୁ ନିଜେ ସିଲେଇ କରିଥିବା ଶାଳ ଖଲି ଓ ଦନାରେ ପରସି ଥାନ୍ତି ।

ଦିନକୁ ୮୦ ରୁ ୧୦୦ ମିଲ୍ସ ପର୍ଯ୍ୟନ୍ତ ବିକ୍ରି କରିଥାନ୍ତି । ଏହା ଛଡା ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ରୋଷେଇ କରି ପାର୍ସଲ ଦେଇଥାନ୍ତି । ସେଠାରେ କାମ କରୁଥିବା ଫୁଲବାଣୀ ଡାକପାଲାର ପ୍ରତିମା ଏସଏଚଜି ଗ୍ରୁପର ମା’ ମାନେ ଜଣକ ମାସକୁ ୫୦୦୦ ରୁ ଉର୍ଦ୍ଧ ଟଙ୍କା ପାଇ ନିଜେ ସ୍ୱାବଲମ୍ବି ହୋଇପାରିଛନ୍ତି । କନ୍ଧମାଳର ୧୨ଟି ବ୍ଲକରୁ ୮ଟି ବ୍ଲକରେ ମିଶନ ଶକ୍ତି କାଫେ ଖୋଲାଯାଇ ଏସଏଚଜି ମହିଳା ମାନେ ଏହାକୁ ପରିଚାଳନା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.