ଭୋପାଳ ସଚିବାଳୟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗିବା ବେଳେ ମୁଖ୍ୟମନ୍ତ୍ରୀ ଥିଲେ ଉପସ୍ଥିତ

ଭୋପାଳ ସ୍ଥିତ ମଧ୍ୟପ୍ରଦେଶର ସଚିବାଳୟ ବଲ୍ଲଭ ଭବନରେ ନିଆଁ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ଜୋରସୋରରେ ଉଦ୍ୟମ ଚଳାଇଛି । ଚତୁର୍ଥ ମହଲାରେ ନିଆଁ ଲାଗିଛି । ନିଆଁ ଲାଗିବା ସମୟରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ଖବର ମିଳିଛି ।

ଭୋପାଳ ସ୍ଥିତ ରାଜ୍ୟ ସେକ୍ରେଟାରିଏଟରେ ଭୟଙ୍କର ଅଗ୍ନିକାଣ୍ଡ । ଭୋପାଳ ସ୍ଥିତ ମଧ୍ୟପ୍ରଦେଶର ସଚିବାଳୟ ବଲ୍ଲଭ ଭବନରେ ନିଆଁ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ଜୋରସୋରରେ ଉଦ୍ୟମ ଚଳାଇଛି । ଚତୁର୍ଥ ମହଲାରେ ନିଆଁ ଲାଗିଛି । ନିଆଁ ଲାଗିବା ସମୟରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ଖବର ମିଳିଛି । ଭୟଙ୍କର ନିଆଁରେ ଆକାଶ ଧୂଆଁମୟ ହୋଇଯାଇଛି । କ୍ଷୟକ୍ଷତି ନେଇ ସବିଶେଷ ସୂଚନା ମିଳିନାହିଁ ।

ସୂଚନା ମୁତାବକ, ଚତୁର୍ଥ ମହଲାରେ ନିଆଁ ଲାଗିବା ଖବର ମିଳିବା ପରେ ଚାରିଆଡେ ଲୋକେ ଦୌଡଧାପଡ କରିଥିଲେ । ଲୋକମାନେ ତୁରନ୍ତ ନିଜ ଜୀବନ ବଞ୍ଚାଇ ବାହାରକୁ ଦୌଡିଥିଲେ । ତେବେ ଚତୁର୍ଥ ମହଲାରେ ଥିବା ଦସ୍ତାବିଜ ପୋଡି ପାଉଁଶ ହୋଇଯାଇଥିବା ଖବର ମିଳିଛି । ମଧ୍ୟପ୍ରଦେଶ ସଚିବାଳୟର ୫ମ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ରହିଛି । ନିଆଁ ଲାଗିବା ସମୟରେ ମୁଖ୍ୟମନ୍ତ୍ରୀ ଅଫିସରେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.