Below header

ଅର୍ଥତତ୍ତ୍ଵ ଚିଟଫଣ୍ଡ ମାମଲା, ୬ ଜଣଙ୍କୁ ଇଡି ନୋଟିସ

ଅର୍ଥତତ୍ତ୍ଵ ଚିଟଫଣ୍ଡ ମାମଲାରେ ୬ ଜଣଙ୍କୁ ଇଡି ନୋଟିସ । ଆସନ୍ତା ସପ୍ତାହରେ ଦସ୍ତାବିଜ୍ ସହ ED ଅଫିସ ରେ ହାଜର ହେବାକୁ କୁହାଯାଇଛି । ଗତ ୭ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଭୁବନେଶ୍ୱର, ବ୍ରହ୍ମପୁର ଛତ୍ରପୁର ସମେତ ଆଠଟି ସ୍ଥାନରେ ରେଡ କରିଥିଲା ।

ଭୁବନେଶ୍ୱର (କେନ୍ୟୁଜ): ଅର୍ଥତତ୍ତ୍ଵ ଚିଟଫଣ୍ଡ ମାମଲାରେ ୬ ଜଣଙ୍କୁ ଇଡି ନୋଟିସ । ଆସନ୍ତା ସପ୍ତାହରେ ଦସ୍ତାବିଜ୍ ସହ ED ଅଫିସ ରେ ହାଜର ହେବାକୁ କୁହାଯାଇଛି । ଗତ ୭ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଭୁବନେଶ୍ୱର, ବ୍ରହ୍ମପୁର ଛତ୍ରପୁର ସମେତ ଆଠଟି ସ୍ଥାନରେ ରେଡ କରିଥିଲା । ଏଥିରେ୨୩ ଲକ୍ଷ ଟଙ୍କା, ୨୪ ଲକ୍ଷ ଟଙ୍କାରୁ ଅଧିକ ସୁନା ଓ ୩୫ ଲକ୍ଷ ଟଙ୍କାର ଅଡି କାର ଜବତ କରିଥିଲା ।

ସୂଚନା ଅନୁସାରେ, ଗତ ଫେବୃଆରୀ ୧୫ରେ ବରପଦା ଜମି ଦୁର୍ନୀତି ନେଇ ମଧ୍ୟ ଇଡି ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଘର ସମେତ ବିଭିନ୍ନ ସ୍ଥାନରେ‌ ରେଡ କରିଥିଲା । ଏହା ସହିତ ଗତ ଫେବୃଆରୀ ୨୬ରେ ମଧ୍ୟ ସେ ଇଡି ଅଫିସରେ‌ ହାଜର ହୋଇଥିଲେ । ସେହିପରି ୨୦୧୩ ମସିହାର ଉଲିବୁରୁ ଖଣି ଦୁର୍ନୀତିରେ ମାଲିକଙ୍କ ଘରେ ରେଡ କରିଥିଲା ଇଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.