ଟିଭି ଆକ୍ଟର ଅର୍ଜୁନ ବିଜଲାନିଙ୍କ ବିଗିଡିଲା ସ୍ୱାସ୍ଥ୍ୟ ଅବସ୍ଥା, ସୁଟିଂ ସେଟ୍‌ରୁ ହସ୍ପିଟାଲରେ କରାଗଲା ଭର୍ତ୍ତି

ଅଭିନୟ ବ୍ୟତୀତ ଅର୍ଜୁନ ହୋଷ୍ଟିଂ ପାଇଁ ମଧ୍ୟ ଜଣାଶୁଣା । ତେବେ ଅର୍ଜୁନ ତାଙ୍କ ଅଭିନୟ ଜରିଆରେ ସବୁବେଳେ ସମସ୍ତଙ୍କୁ ହସାଇଥାନ୍ତି । ଆଜିକାଲି ଏହି ଅଭିନେତା ସିରିୟଲ୍ ‘ପ୍ୟାର୍ କା ପେହଲା ଅଧ୍ୟାୟ’ ଶିବ ଶକ୍ତିରେ ନଜର ଆସୁଛନ୍ତି । କିନ୍ତୁ ବର୍ତ୍ତମାନ ଏପରି ସୂଚନା ଆସିଛି ଯେ ଅର୍ଜୁନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଟିଭିର ଜଣାଶୁଣା ଅଭିନେତାମାନଙ୍କ ମଧ୍ୟରୁ ଅର୍ଜୁନ ବିଜଲାନି ଅନ୍ୟତମ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସିରିଏଲରେ ଅଭିନୟ କରିଛନ୍ତି । ଅଭିନୟ ବ୍ୟତୀତ ଅର୍ଜୁନ ହୋଷ୍ଟିଂ ପାଇଁ ମଧ୍ୟ ଜଣାଶୁଣା । ତେବେ ଅର୍ଜୁନ ତାଙ୍କ ଅଭିନୟ ଜରିଆରେ ସବୁବେଳେ ସମସ୍ତଙ୍କୁ ହସାଇଥାନ୍ତି । ଆଜିକାଲି ଏହି ଅଭିନେତା ସିରିୟଲ୍ ‘ପ୍ୟାର୍ କା ପେହଲା ଅଧ୍ୟାୟ’ ଶିବ ଶକ୍ତିରେ ନଜର ଆସୁଛନ୍ତି । କିନ୍ତୁ ବର୍ତ୍ତମାନ ଏପରି ସୂଚନା ଆସିଛି ଯେ ଅର୍ଜୁନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅଭିନେତା ହସ୍ପିଟାଲରୁ ତାଙ୍କର ଏକ ଫଟୋ ମଧ୍ୟ ତାଙ୍କ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ।

ଆପେଣ୍ଡିସାଇଟିସ କାରଣରୁ ଅର୍ଜୁନଙ୍କ ତଳ ପେଟର ଡାହାଣ ପଟରେ ବହୁତ କଷ୍ଟ ହେବାକୁ ଲାଗିଥିଲା । ଏହା ପରେ ହିଁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ, ଅର୍ଜୁନଙ୍କର ମାର୍ଚ୍ଚ ୯ ରେ ଆପେଣ୍ଡିସକ୍ସ ଅପରେସନ୍ ହେବାରେ ଥିଲା । ବହୁତ କଷ୍ଟ ହେବା ଯୋଗୁ ତାଙ୍କୁ ମାର୍ଚ୍ଚ ୮ ରେ ସୁଟିଂ ସେଟ୍‌ରୁ ହସ୍ପିଟାଲ ନିଆଯାଇଥିଲା ।

ତେବେ ଅର୍ଜୁନ ବିଜଲାନି ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇ ହସ୍ପିଟାଲରୁ ନିଜର ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରିଛନ୍ତି । ଯେଉଁଥିରେ ସେ ଖଟ ଉପରେ ପଡ଼ିଥିବାର ନଜର ଆସିଛନ୍ତି । ଏହି ଫଟୋରେ ତାଙ୍କ ମୁହଁ ଦେଖାଯାଉନାହିଁ । କିନ୍ତୁ ତାଙ୍କ ହାତରେ ଥିବା ଡ୍ରପ୍ ବହୁତ ଭଲ ଭାବେ ଦେଖାଯାଉଛି । ଅଭିନେତା ଏହି ଫଟୋର କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ଯାହା ଘଟେ, ଭଲ ପାଇଁ ଘଟେ ।

ଏହା ସହ ଅର୍ଜୁନ ବିଜଲାନି ମଧ୍ୟ ଗତକାଲି ଅର୍ଥାତ୍ ମାର୍ଚ୍ଚ ୮ରେ ମହାଶିବରାତ୍ରୀ ଅବସରରେ ଏକ ପୋଷ୍ଟ ସେୟାର କରିଥିଲେ । ଏହି ଭିଡିଓରେ ସେ ଭଗବାନ ଶିବଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଥିଲା । ଭିଡିଓ ସହିତ ଅଭିନେତା ତାଙ୍କ ଫ୍ୟାନ୍ସଙ୍କୁ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଥିଲେ । ସେ ଏହି କ୍ୟାପସନରେ ଲେଖିଛନ୍ତି, ‘ମହାଶିବରାତ୍ରୀର ଅନେକ ଶୁଭେଚ୍ଛା, ଏବଂ ମୋତେ ମଧ୍ୟ ଆଶୀର୍ବାଦ ଦିଅନ୍ତୁ ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅର୍ଜୁନ ବର୍ତ୍ତମାନ ‘ପ୍ୟାର୍ କା ପେହଲା ଅଧ୍ୟାୟ’ ରେ ନିକ୍କି ଶର୍ମାଙ୍କ ସହ ନଜର ଆସୁଛନ୍ତି । ଫ୍ୟାନ୍ସମାନେ ଉଭୟଙ୍କ କେମେଷ୍ଟ୍ରିକୁ ବହୁତ ଭଲ ପାଇବା ଦେଉଛନ୍ତି । ଏହି ସୋ’ ଜି ଟିଭିରେ ଟେଲିକାଷ୍ଟ ହେଉଛି । ଏହାପୂର୍ବରୁ ଏହି ଅଭିନେତାଙ୍କୁ ଲେପ୍ଟ- ରାଇଟ, ମିଲେ ଜବ୍ ହମ୍ ତୁମ୍, ମେରୀ ଆଶିକୀ ତୁମ୍‌ସେ ହାଏ, ନାଗିନ୍, କବଚ୍, ପରଦେସ୍‌ ମେନ୍ ହେ ମେରା ଦିଲ୍, ଇଶ୍କ୍ ମେନ୍ ମରଜାବା ଭଳି ସୋ’ରେ ନଜର ଆସିସାରିଛନ୍ତି ।

 

View this post on Instagram

 

A post shared by Arjun Bijlani 🧿 (@arjunbijlani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.