ରେକର୍ଡ କଲେ ଜେମ୍ସ ଆଣ୍ଡରସନ, ୭୦୦ ଓ୍ଵିକେଟ ଟେଷ୍ଟ କ୍ଲବରେ ହେଲେ ସାମିଲ

୭୦୦ ୱିକେଟ ଟେଷ୍ଟ କ୍ଲବରେ ସାମିଲ ହେଲେ ଇଂଲଣ୍ଡ ଫାଷ୍ଟ ବୋଲର ଆଣ୍ଡରସନ୍ । ଭାରତ ବିପକ୍ଷରେ ଧର୍ମଶାଳା ଟେଷ୍ଟର ତୃତୀୟ ଦିନରେ କୁଲଦୀପ ଯାଦବଙ୍କୁ ଆଉଟ୍‌ କରି ଏହି ରେକର୍ଡ କରିଛନ୍ତି । ମୁଥେୟା ମୁରଲୀଧରନ ଓ ସେନ୍ ୱାର୍ଣ୍ଣଙ୍କ ପରେ ୭୦୦ ଟେଷ୍ଟ ୱିକେଟ ନେବାର ବିଶ୍ୱରେ ତୃତୀୟ ବୋଲର ହୋଇଛନ୍ତି ଜେମ୍ସ ଆଣ୍ଡରସନ୍ ।

ଧର୍ମଶାଳା ଟେଷ୍ଟରେ ରେକର୍ଡ କଲେ ଜେମ୍ସ ଆଣ୍ଡରସନ୍ । ୭୦୦ ୱିକେଟ ଟେଷ୍ଟ କ୍ଲବରେ ସାମିଲ ହେଲେ ଇଂଲଣ୍ଡ ଫାଷ୍ଟ ବୋଲର ଆଣ୍ଡରସନ୍ । ଭାରତ ବିପକ୍ଷରେ ଧର୍ମଶାଳା ଟେଷ୍ଟର ତୃତୀୟ ଦିନରେ କୁଲଦୀପ ଯାଦବଙ୍କୁ ଆଉଟ୍‌ କରି ଏହି ରେକର୍ଡ କରିଛନ୍ତି । ମୁଥେୟା ମୁରଲୀଧରନ ଓ ସେନ୍ ୱାର୍ଣ୍ଣଙ୍କ ପରେ ୭୦୦ ଟେଷ୍ଟ ୱିକେଟ ନେବାର ବିଶ୍ୱରେ ତୃତୀୟ ବୋଲର ହୋଇଛନ୍ତି ଜେମ୍ସ ଆଣ୍ଡରସନ୍ । ମୁରଲୀଧରନ ୮୦୦ ଓ ସେନ୍ ୱାର୍ଣ୍ଣ ୭୦୮ ଟେଷ୍ଟ୍ ୱିକେଟ୍ ଅତିକ୍ରମ ନେଇଛନ୍ତି ।

୨୦୦୩ରେ ଜିମ୍ବାୱେ ବିପକ୍ଷରେ ଲର୍ଡସରେ ପ୍ରଥମ ଟେଷ୍ଟ ୱିକେଟ ହାସଲ କରିଥିଲେ ଆଣ୍ଡରସନ୍ । ଯେଉଁଠାରେ ସେ ଟେଷ୍ଟ କ୍ୟାରିୟରରେ ୫ ୱିକେଟ୍ ନେଇଥିଲେ । ୪୧ ବର୍ଷୀୟ ଆଣ୍ଡରସନ୍ ଏକମାତ୍ର ଦ୍ରୁତ ବୋଲର ଭାବେ ୧୮୪ ଟେଷ୍ଟ ଖେଳି ୭୦୦ ୱିକେଟ କ୍ଲବରେ ପ୍ରବେଶ କରିଛନ୍ତି । ସେ ଦ୍ଵିତୀୟ ସ୍ଥାନକୁ ଉନ୍ନୀତ ହେବାକୁ ଆଉ ମାତ୍ର ୮ ୱିକେଟ ଦୂରରେ ରହିଛନ୍ତି । ଯାହାକୁ ଖୁବଶୀଘ୍ର ପାର କରିବା ସମ୍ଭାବନା ରହିଛି । ଟେଷ୍ଟର ସର୍ବାଧିକ ୱକେଟ ନେଇଥିବା ବୋଲର ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ଭାରତର ଅନୀଲ କୁମ୍ୱଲେ । ସେ ନେଇଛନ୍ତି ୭୧୯ ୱିକେଟ୍ ।

ଧର୍ମଶାଳାରେ ପଞ୍ଚମ ଟେଷ୍ଟର ପ୍ରଥମ ପାଳିରେ ଆଜି ଟିମ୍ ଇଣ୍ଡିଆ ୪୭୭ ରନରେ ଅଲଆଉଟ୍ ହୋଇଛି । ଗତକାଲି ଖେଳ ଶେଷ ସୁଦ୍ଧା ଭାରତ ୮ ୱିକେଟରେ ୪୭୩ ରନ୍ କରିଥିଲା । ଆଜି ଆଉ ମାତ୍ର ୪ ରନ୍ ଯୋଡ଼ି ବାକି ଦୁଇଟି ୱିକେଟ୍ ହରାଇଥିଲା । ଇଂଲଣ୍ଡ ଠାରୁ ଭାରତ ପ୍ରଥମ ପାଳିରେ ମୋରଟ ୨୫୯ ରନରେ ଆଗୁଆ ରହିଛି । ଭାରତର ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୧୦୩ ଓ ଶୁଭମନ୍ ଗିଲ୍ କରିଥିଲେ ୧୧୦ ରନ୍ ।

ସେହିପରି ଭାରତ ପ୍ରଥମ ଇନିଂସ ଖେଳିବା ପରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭ କରିଛି । ଇଂଲଣ୍ଡ ଲଞ୍ଚ ବେଳକୁ ୧୦୨ ରନ୍‌ କରି ୪ ଓ୍ଵିକେଟ ହରାଇଛି । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଟିମକୁ ନିଜ ବୋଲିଂରେ ଧରାଶାୟୀ କରିଛନ୍ତି ଅଶ୍ୱନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.