କାଜିରଙ୍ଗା ନ୍ୟାସନାଲ ପାର୍କରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି, ହାତୀ ଉପରେ ବସି ବୁଲିଲେ ଜଙ୍ଗଲ

ଆସାମର କାଜିରଙ୍ଗା ଅଭୟାରଣ୍ୟ ବୁଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହାତୀ ପିଠିରେ ବସିଲେ ଆଉ ଜିପ୍ ସଫାରୀ କଲେ । ଜାତିସଂଘ ଦ୍ବାରା ବିଶ୍ବ ଐତିହ୍ୟ ସ୍ଥଳ ଘୋଷିତ ଏହି ପ୍ରାଣୀ ଉଦ୍ୟାନକୁ ପ୍ରଥମ ଥର ଆସିଛନ୍ତି ମୋଦି । ପ୍ରଥମେ ସେ ସେର୍ଟ୍ରାଲ କୋହୋରା ରେଞ୍ଜରେ ହାତୀ ପିଠିରେ ବସି ବୁଲିଥିଲେ ।

ଆଜି ସକାଳୁ ସକାଳୁ ଆସାମର କାଜିରଙ୍ଗା ଅଭୟାରଣ୍ୟ ବୁଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହାତୀ ପିଠିରେ ବସିଲେ ଆଉ ଜିପ୍ ସଫାରୀ କଲେ । ଜାତିସଂଘ ଦ୍ବାରା ବିଶ୍ବ ଐତିହ୍ୟ ସ୍ଥଳ ଘୋଷିତ ଏହି ପ୍ରାଣୀ ଉଦ୍ୟାନକୁ ପ୍ରଥମ ଥର ଆସିଛନ୍ତି ମୋଦି । ପ୍ରଥମେ ସେ ସେର୍ଟ୍ରାଲ କୋହୋରା ରେଞ୍ଜରେ ହାତୀ ପିଠିରେ ବସି ବୁଲିଥିଲେ । ପରେ ଜିପରେ ଅଭୟାରଣ୍ୟ ଭିତର ଅଞ୍ଚଳ ବୁଲି ଦେଖିଥିଲେ । ସକାଳ ସମୟ ୫ଟାରେ ହାତୀ ଉପରେ ବସି ବୁଲିଛନ୍ତି । ତାଙ୍କ ସହିତ ସଫାରୀର ନିର୍ଦ୍ଦେଶକ ସୋନାଲୀ ଘୋଷ ଏବଂ ଅନ୍ୟ ବରିଷ୍ଠ ବନ ଅଧିକାରୀ ରହିଥିଲେ ।

ଗତକାଲି ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଆସାମ ଗସ୍ତରେ ଆସିଛନ୍ତି । ଆଜି ସେ ଜୋରହାଟ ଯାଇ ୧୮ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଜୋରହାଟରେ ଅପରାହ୍ନରେ ମୋଦି ୧୨୫ ଫୁଟ ଉଚ୍ଚତାର ଷ୍ଟାଚ୍ୟୁ ଅଫ୍ ଭେଲରର ଉନ୍ମୋଚନ କରିବେ । ଏହାପରେ ଏକ ଜନସଭାକୁ ଉଦ୍‌ବୋଧନ କରିବା ପରେ ପଶ୍ଚିମବଙ୍ଗ ଫେରିଯିବେ । ପ୍ରଧାନମନ୍ତ୍ରୀ ଆସାମ ବ୍ୟତୀତ ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶ ମଧ୍ୟ ଗସ୍ତ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.