ନଣନ୍ଦ ଭାଉଜକୁ ଚୂନ ଲଗାଇଲେ ଦୁଇ ଠକ, ଲୁଟିନେଲେ ଏକ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର

ଲୁଟିବା ପାଇଁ ଠକାମିର ନୂଆ ଉପାୟ ଆପଣେଇ ଘରୁ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ସୁନା ଓ ରୁପା ଅଳଙ୍କାର ମରାମତି କରିବା ବାହାନାରେ ନଣନ୍ଦ ଭାଉଜକୁ ଚୂନ ଲଗାଇଲେ ଦୁଇଠକ । ଲୁଟି ନେଲେ ପାଖାପାଖି ଏକଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ।

ଆଳି (କେନ୍ୟୁଜ): ଦିନକୁ ଦିନ ବଢ଼ିଚାଲିଛି ଲୁଟେରା ଏବଂ ଠକଙ୍କ ବିତ୍ପାତ । ଏବେ ଲୁଟିବା ପାଇଁ ଆପଣଉଛନ୍ତି ନୂଆ ନୂଆ ଉପାୟ । କରୁଛନ୍ତି ଲୁଟ୍‌ ପାତ୍‌ ସେ ସହର ହେଉ ଅବା ଗାଁରେ । ଲୁଟ୍‌ କରିବାରେ ଟିକେ ବି ଛାଡ଼ୁ ନାହାଁନ୍ତି କିଛି ସୂରାକ୍‌ । ଲୁଟିବା ପାଇଁ ଖାଲି ସୁଯୋଗ ଖୋଜି ବୁଲୁଛନ୍ତି ଆଉ ଯେକୌଣସି ପ୍ରକାରେ ନୂଆ ଉପାୟ ସବୁ ଆପଣାଇ ସରଳ ଲୋକଙ୍କୁ ଦେଖି ଲୁଟୁଛନ୍ତି । ଲୁଟେରାମାନେ ନା ପୋଲିସକୁ ଭୟ କରୁଛନ୍ତି ନା ଆଇନକୁ । ମନ ଇଚ୍ଛା ଘରେ ପଶି ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଉଛନ୍ତି ।

ତେବେ ନିକଟରେ ଜଣଙ୍କ ଘରେ ପଶି କଳାକନା ବୁଲାଇଛନ୍ତି ଦୁଇ ଜଣ ଠକ । ଲୁଟିବା ପାଇଁ ଠକାମିର ନୂଆ ଉପାୟ ଆପଣେଇ ଘରୁ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ସୁନା ଓ ରୁପା ଅଳଙ୍କାର ମରାମତି କରିବା ବାହାନାରେ ନଣନ୍ଦ ଭାଉଜକୁ ଚୂନ ଲଗାଇଲେ ଦୁଇଠକ । ଲୁଟି ନେଲେ ପାଖାପାଖି ଏକଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଘୁଷୁରିଆ ଗାଁର ତନୁଶ୍ରୀ ମହାନ୍ତି ଓ ତାଙ୍କ ନଣନ୍ଦ ମିନତୀ ରାଉତଙ୍କ ଠାରୁ ଅଳଙ୍କାର ମରାମତି କରିବା ବାହାନାରେ ଦୁଇଜଣ ଠକ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିବାର ଅଭିଯୋଗ ହୋଇଛି ।

ଗତ କାଲି ଦୁଇଜଣ ଲୋକ ସୁନା କାରିଗରର ପରିଚୟ ଦେଇ ତନୁଶ୍ରୀଙ୍କ ଘର ପାଖରେ ପହଁଚିଥିଲେ । ସୁନା ଓ ରୁପା ମରାମତି କରୁଥିବା ଜାଣି ତନୁଶ୍ରୀ ଓ ତାଙ୍କ ନଣଦ ମିନତୀ ଉଭୟ ସୁନା ଓ ରୁପା ଅଳଙ୍କାର ମରାମତି ପାଇଁ ଦେଇଥିଲେ । ହେଲେ ଦୁଇ ଜଣ ଠକ ସୁନା ଅଳଙ୍କାରଙ୍କୁ ମରାମତି କରିବା ପରିବର୍ତ୍ତେ ନକଲି ସୁନାକୁ ତରଳାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ଠକେଇର ଶିକାର ହୋଇଥିବା ଦୁଇଜଣ ମହିଳା ରାଜକନିକା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ପୋଲିସର କୌଣସି ପତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.