ଖାଲିପଡିଛି ୧୪୯୯ ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ରାଜଧାନୀରେ ଦିଲ୍ଲୀରେ ବମ୍ପର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଦିଲ୍ଲୀ ସବଅର୍ଡିନେଟ ସର୍ଭିସ ସିଲେକ୍ସନ ବୋର୍ଡରେ ଖାଲିପଡିଛି ୧୪୦୦ରୁ ଅଧିକ ପଦବୀ । ଇଚ୍ଛୁକ ପ୍ରାର୍ଥୀ dsssbonline.nic.in କୁ ଯାଇ ଆବେଦନ କରିପାରିବେ ।

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇର୍ ଖୁସି ଖବର । ରାଜଧାନୀରେ ଦିଲ୍ଲୀରେ ବମ୍ପର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଦିଲ୍ଲୀ ସବଅର୍ଡିନେଟ ସର୍ଭିସ ସିଲେକ୍ସନ ବୋର୍ଡରେ ଖାଲିପଡିଛି ୧୪୦୦ରୁ ଅଧିକ ପଦବୀ । ଇଚ୍ଛୁକ ପ୍ରାର୍ଥୀ dsssbonline.nic.in କୁ ଯାଇ ଆବେଦନ କରିପାରିବେ । ବୋର୍ଡ ତରଫରୁ ନୋଟିଫିକେସନ ଜାରି କରାଯାଇଛି ।

ପଦବୀ ବିବରଣୀ : ୧୪୯୯

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୯ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ବେଳେ ଶେଷ ୧୭ ଏପ୍ରିଲ ୨୦୨୪ ରହିଛି ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ସାଧାରଣ ବର୍ଗ/ଓବିସି/EWS ପ୍ରାର୍ଥୀ ୧୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWD/ମହିଳା ପ୍ରାର୍ଥୀଙ୍କୁ ଛାଡ ମିଳିବ ।

କେମିତି କରିବେ ଆବେଦନ : ଆବେଦନ କରିବା ପାଇଁ ପ୍ରଥମେ ଦିଲ୍ଲୀ ଅଧିନସ୍ଥ ସେବା ଚୟନ ବୋର୍ଡର ଅଫିସିଆଲ ୱେବସାଇଟ dsssbonline.nic.in କୁ ଯାଆନ୍ତୁ ।
ହୋମ ପେଜରେ କରେଣ୍ଟ ଓପନିଂର କ୍ଲିକ୍‌ କରନ୍ତୁ ।
ଏହାପରେ ଲିଙ୍କରେ କ୍ଲିକ୍‌ କରନ୍ତୁ ।
ଅନଲାଇନ ଆବେଦନ କରିବା ପରେ ନିଜର ରେଜିଷ୍ଟ୍ରେସନ କରନ୍ତୁ ।
ଏହାପରେ ସମସ୍ତ ଦସ୍ତାବିଜ ଅପଲୋଡ କରନ୍ତୁ ।
ଏହାପରେ ଆବେଦନ ଶୁଳ୍କ ଭରି ସବମିଟ୍‌ କରନ୍ତୁ ।
ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.