Below header

ଛାରଖାର ହେଇଗଲା ସୁନାର ସଂସାର, ଜଳି ପୋଡ଼ି ପାଉଁଶ ହୋଇଗଲା ୩ ବଖରା ଘର

ବହୁ କଷ୍ଟରେ କେତେ ସ୍ୱପ୍ନ ସଜେଇ ଏମାନେ ଚାଳ ଘରଟିଏ କରିଥିଲେ କିନ୍ତୁ ଦଇବ ସାଜିଲା ଦାଉ । ଆଉ ଜଳି ପୋଡ଼ି ପାଉଁଶ ହୋଇଗଲା ୩ ବଖରା ଘର । କେବଳ ସେତିକି ନୁହେ ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ଧନସମ୍ପତି ପୋଡି ମଧ୍ୟ ପାଉଁଶ ହୋଇଯାଇଛି ।

ହିନ୍ଦୋଳ (କେନ୍ୟୁଜ): ଛାରଖାର ହେଇଗଲା ସୁନାର ସଂସାର । କେଉଁଠି ରହିବେ କେମିତି ଚଳିବେ କିଛି ବୁଝି ପାରୁନାହାନ୍ତି । ଜଳି ପୋଡ଼ି ଧ୍ୱଂସ ହୋଇଯାଇଛି ଘର । ଗୋଟିଏ ବି ଆସବାବପତ୍ର ନାହିଁ । ଗରିବ ଲୋକ ଏମାନେ ଖଟିଲେ ଘରେ ଚୁଲ୍ଲି ଜଳେ । ବହୁ କଷ୍ଟରେ କେତେ ସ୍ୱପ୍ନ ସଜେଇ ଏମାନେ ଚାଳ ଘରଟିଏ କରିଥିଲେ କିନ୍ତୁ ଦଇବ ସାଜିଲା ଦାଉ । ଆଉ ଜଳି ପୋଡ଼ି ପାଉଁଶ ହୋଇଗଲା ୩ ବଖରା ଘର । କେବଳ ସେତିକି ନୁହେ ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ଧନସମ୍ପତି ପୋଡି ମଧ୍ୟ ପାଉଁଶ ହୋଇଯାଇଛି ।

ଏହି ଅଗ୍ନିକାଣ୍ଡ ବିଳମ୍ବିତ ରାତିରେ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡରେ ଟଙ୍କା ସହ ଘରେ ରଖିଥିବା ସୁନା ଗହଣା ବି ନଷ୍ଟ ହୋଇଯାଇଛି । ତେବେ ଏଭଳି ଏକ ଅଘଟଣ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ରାସୋଳ ମୁଣ୍ଡିଆପସି ଗ୍ରାମରେ ଘଟିଛି । ବିଳମ୍ବିତ ରାତିରେ ପ୍ରଫୁଲ୍ଲ ପାଳଙ୍କ ଚାଳଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଏହି ସମୟରେ ପ୍ରଫୁଲ୍ଲ ଏବଂ ତାଙ୍କ ସ୍ତ୍ରୀ ଘରେ ଶୋଇଥିଲେ । ନିଆଁ ଲାଗିଯିବ ଦେଖି ବାହାରେ ଲୋକେ ଏବଂ ପ୍ରଫୁଲ୍ଲଙ୍କ ଭାଇ ପାଟି କରି ଡାକି ଏମାନଙ୍କୁ ଉଠାଇଥିଲେ ।

ପ୍ରାଣ ବିକଳରେ ଜୀବନ ବଞ୍ଚାଇ ବାହାରକୁ ଆସିଥିଲେ ଏହି ଦମ୍ପତି ତଥାପି ହାତ ଏବଂ ମୁଣ୍ଡରେ ନିଆଁ ପଡିଯାଇଥିବାର କହିଛନ୍ତି ପ୍ରଫୁଲ୍ଲ ଏବଂ ତାଙ୍କ ସ୍ତ୍ରୀ । କିନ୍ତୁ ପ୍ରଫୁଲ୍ଲ ଉଠିବା ବେଳକୁ ସବୁ କିଛି ଜଳି ପୋଡି ଛାରଖାର ହୋଇ ଯାଇଥିଲା । ଏହା ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଖବରପାଇ ରାସୋଳ ଦମକଳ ବାହିନୀ ନିଆଁ ଲିଭାଇଥିଲେ ।

ଧାନ ଚାଉଳ ସହ ଘରେ ଥିବା ସମସ୍ତ ଟଙ୍କା ପଇସା ମଧ୍ୟ ପୋଡି ପାଉଁଶ ହୋଇଯାଇଛି ଏହି ଅଗ୍ନିକାଣ୍ଡରେ । ପିନ୍ଧିବାକୁ ଲୁଗାଖଣ୍ଡେ ବି ନାହିଁ ଏମାନଙ୍କ ପାଖରେ ଏହା ବ୍ୟତୀତ ସବୁ ଧନ ସମ୍ପତି ପୋଡି ପାଉଁଶ ହୋଇ ଯାଇଛି । ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରି ମାଟି ଘର ଟିଏ କରିଥିଲେ । କିନ୍ତୁ ଏ ଘରଟି ଜଳିଗଲା ପରେ ସେମାନଙ୍କ ରହିବାର ଠିକଣା ନାହିଁ । ଖାଇବା ପାଇଁ ବାସନ ଖଣ୍ଡିଏ ବି ନାହିଁ । ଯଦି ଏମାନଙ୍କ ରହିବା ପାଇଁ କିଛି ସାହାଯ୍ୟ ମିଳନ୍ତା ତେବେ ଏମାନଙ୍କ ଦୁଃଖ ଯାଆନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.