ଜାଣନ୍ତୁ ଡାଇବେଟିସ୍‌ ରୋଗୀମାନେ କେଉଁ ଡାଲି ଖାଇବେ ଏବଂ କେଉଁ ଡାଲି ଖାଇବେ ନାହିଁ ?

ଆଜିକାଲି ପିଲାମାନଙ୍କ ମଧ୍ୟରେ ଡାଇବେଟିସ୍‌ ସବୁଠୁ ବଡ ସମସ୍ୟା ପାଲଟିଛି । ଓଜନ ବଢିବା ମଧ୍ୟ ଡାଇବେଟିସ୍‌ର ଏକ ପ୍ରମୁଖ କାରଣ ହୋଇଥାଏ । ଡାଇବେଟିସ୍‌ ରୋଗୀମାନେ ସେମାନଙ୍କର ଖାଦ୍ୟରେ ଉପରେ ଧ୍ୟାନ ଦିଅନ୍ତି । ତେବେ ଡାଇବେଟିସ୍‌ ରୋଗୀଙ୍କୁ ବିଶେଷ ଭାବରେ ଖାଦ୍ୟର ଯତ୍ନ ନେବାକୁ ପରାମର୍ଶ ଦିଆଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଖାଇବା ଅଭ୍ୟାସରେ ଅସାବଧାନତା ହେତୁ ବ୍ଲଡ ସୁଗାର ଲେବଲ ଦ୍ରୁତ ଗତିରେ ବଢିଥାଏ ।

ଖରାପ ଲାଇଫ୍‌ଷ୍ଟାଇଲ ଏବଂ ଖାଇବା ଅଭ୍ୟାସ ଯୋଗୁ ଡାଇବେଟିସ୍‌ ହେବାର ଆଶଙ୍କା ଦ୍ରୁତ ଗତିରେ ବଢିଚାଲିଛି । ଆଜିକାଲି ପିଲାମାନଙ୍କ ମଧ୍ୟରେ ଡାଇବେଟିସ୍‌ ସବୁଠୁ ବଡ ସମସ୍ୟା ପାଲଟିଛି । ଓଜନ ବଢିବା ମଧ୍ୟ ଡାଇବେଟିସ୍‌ର ଏକ ପ୍ରମୁଖ କାରଣ ହୋଇଥାଏ । ଡାଇବେଟିସ୍‌ ରୋଗୀମାନେ ସେମାନଙ୍କର ଖାଦ୍ୟରେ ଉପରେ ଧ୍ୟାନ ଦିଅନ୍ତି । ତେବେ ଡାଇବେଟିସ୍‌ ରୋଗୀଙ୍କୁ ବିଶେଷ ଭାବରେ ଖାଦ୍ୟର ଯତ୍ନ ନେବାକୁ ପରାମର୍ଶ ଦିଆଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଖାଇବା ଅଭ୍ୟାସରେ ଅସାବଧାନତା ହେତୁ ବ୍ଲଡ ସୁଗାର ଲେବଲ ଦ୍ରୁତ ଗତିରେ ବଢିଥାଏ । ଏହା ବେଳେବେଳେ ଏକ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ । ତେବେ ଜଣେ ଡାଇବେଟିସ୍‌ ରୋଗୀଙ୍କୁ ମଧ୍ୟ ଡାକ୍ତରଙ୍କ ପରାମର୍ଶରେ ଡାଲି ଖାଇବା ଉଚିତ୍ । ଆସନ୍ତୁ ଜାଣିବା ଯେ ଡାଇବେଟିସ୍‌ ସମସ୍ୟାରେ ଯୋଗୁଁ କେଉଁ ଡାଲି ଖାଇବା ଉଚିତ୍ ନୁହେଁ ?

ଜାଣନ୍ତୁ ଡାଇବେଟିସ୍‌ରେ କେଉଁ ଡାଲି ଖାଇବା ଉଚିତ୍ ନୁହେଁ ?
ତେବେ ବଡିରେ ବ୍ଲଡ ସୁଗାର ଲେବଲ ବଢିବା ଯୋଗୁ ଡାଇବେଟିସ୍‌ ଭଳି ସମସ୍ୟା ହୋଇଥାଏ । ଏହି ରୋଗ ଥରେ ହେଲେ ପୂରା ଜୀବନ ଏହି ସମସ୍ୟା ରହିଥାଏ । କାରଣ ଥରେ ଡାଇବେଟିସ୍ ହୋଇଗଲେ ଏହା ଭଲ ହୋଇନଥାଏ । ସେଥିପାଇଁ ଆପଣ ଏହାକୁ ନିଜ ଖାଦ୍ୟ ଏବଂ ଲାଇଫ୍‌ଷ୍ଟାଇଲରେ ପରିବର୍ତ୍ତନ କରିବା ଦ୍ୱାରା ଆପଣ ନିଜ ବଡିରେ ଡାଇବେଟିସ୍‌କୁ ନିୟନ୍ତ୍ରଣ କରିପାରିବେ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଡାଇବେଟିସ୍‌ ରୋଗୀମାନେ ବିରି ଡାଲି ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ବିଶେଷ ଭାବେ ଅତ୍ୟଧିକ ଘିଅ କିମ୍ବା ବଟରରେ ତିଆରି ହୋଇଥିବା ଡାଲ ମଖନି ଖାଇବା ଠାରୁ ଦୂରେଇ ରହିବା ଉଚିତ ।

ଡାଇବେଟିସ୍‌ ରୋଗୀମାନେ କେଉଁ ଡାଲି ଖାଇବା ଉଚିତ୍ :
ମସୁର ଡାଲି ପ୍ରୋଟିନ୍‌ରେ ଭରପୂର ହୋଇଥାଏ । ତେଣୁ ଆପଣଙ୍କୁ ପ୍ରତିଦିନ ୧ ପାତ୍ର ମସୁର ଡାଲି ଖାଇବା ଉଚିତ । ଆପଣ ଏହି ଡାଲି ବ୍ୟତୀତ ମୁଗ, ହରଡ ଭଳି ଡାଲ ଖାଇପାରିବେ । ଆପଣମାନେ ଜାଣିଥିବେ ଯେ ଡାଲିରେ ପ୍ରୋଟିନ୍ ବ୍ୟତୀତ ଫୋଲେଟ୍, ଜିଙ୍କ, ଆଇରନ୍ ଏବଂ ଅନେକ ଜରୁରୀ ଭିଟାମିନ୍ ମିଳିଥାଏ । ଯାହା ଆମ ସ୍ୱାସ୍ଥ୍ୟା ପାଇଁ ବହୁତ ଜରୁରୀ ହୋଇଥାଏ ।

ଡାଇବେଟିସ୍‌କୁ କିପରି ନିୟନ୍ତ୍ରଣ କରିବେ :
ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ସହଜ ହୋଇଥାଏ । ଏଥିପାଇଁ ଆପଣଙ୍କୁ ନିଜ ଲାଇଫ୍‌ଷ୍ଟାଇଲେରେ ପରିବର୍ତ୍ତନ ଆଣିବାର ଆବଶ୍ୟକ ହୋଇଥାଏ । ତେବେ ପ୍ରତିଦିନ ଅତି କମରେ ୧ ଘଣ୍ଟା ଚାଲନ୍ତୁ । ଏହା ସହ ଆପଣଙ୍କ ଖାଦ୍ୟରେ ଫାଇବରରେ ଭରପୂର ଖାଦ୍ୟ ଅନ୍ତର୍ଭୂକ୍ତ କରନ୍ତୁ । ଆପଣଙ୍କ ଖାଦ୍ୟରେ ସବୁଜ ପନିପରିବା ଏବଂ ମଲ୍ଟିଗ୍ରେନ୍ ଅଟା ରୋଟିସ୍ ଅନ୍ତର୍ଭୂକ୍ତ କରନ୍ତୁ । ଏହା ସହ ପ୍ରତିଦିନ କିଛି ବ୍ୟାୟାମ କରନ୍ତୁ । ଏହା ଆପଣଙ୍କ ବ୍ଲଡ ସୁଗାର ଲେବଲକୁ ନିୟନ୍ତ୍ରଣରେ କରିବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.