ମହାଶିବରାତ୍ରୀରେ ଅନ୍ଧାର ରାତିର ସୁଯୋଗ ନେଇ ବୃଦ୍ଧାଙ୍କ ସହ ଅସଦାଚରଣ

ଅନ୍ଧାର ରାତିର ସୁଯୋଗ ନେଲା । ବୃଦ୍ଧାଙ୍କ ସହ କଲା ଅସଦାଚରଣ । ଗତକାଲି ମହାଶିବରାତ୍ରୀ ଅବସରରେ ଗୋଟେ ପଟେ ଓଁ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଥିଲା ସମସ୍ତ ଶୈବପୀଠ। ଦେବଦେବ ମହାଦେବଙ୍କ ଉପାସନା ପାଇଁ ସମସ୍ତ ଶିବାଳୟରେ ଭକ୍ତଙ୍କ ଭିଡ଼ ଜମିଥିଲା ।

ଜଳେଶ୍ଵର(କେନ୍ୟୁଜ): ଅନ୍ଧାର ରାତିର ସୁଯୋଗ ନେଲା । ବୃଦ୍ଧାଙ୍କ ସହ କଲା ଅସଦାଚରଣ । ଗତକାଲି ମହାଶିବରାତ୍ରୀ ଅବସରରେ ଗୋଟେ ପଟେ ଓଁ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଥିଲା ସମସ୍ତ ଶୈବପୀଠ। ଦେବଦେବ ମହାଦେବଙ୍କ ଉପାସନା ପାଇଁ ସମସ୍ତ ଶିବାଳୟରେ ଭକ୍ତଙ୍କ ଭିଡ଼ ଜମିଥିଲା ।

ଆଉ ଏହି ପବିତ୍ର ମହାଶିବରାତ୍ରୀରେ ଅନ୍ଧାର ରାତିର ସୁଯୋଗ ନେଇ ଜଣେ ବୃଦ୍ଧା ମହିଳାଙ୍କ ସହ ଅସଦାଚରଣ କରିବାକୁ ପଛଘୁଞ୍ଚା ଦେଲା ନାହିଁ ଯୁବକ । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ହୁଡ଼ାପାଳ ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗତକାଲି ରାତିରେ ଏହି ଗ୍ରାମର ଜନୈକା ବୃଦ୍ଧାଙ୍କୁ ରସଲପୁର ଗ୍ରାମର ଉତ୍ତମ ବେହେରା ନାମକ ଜଣେ ଯୁବକ ଜୋର ଜବରଦସ୍ତ ଅସଦାଚରଣ କରିବା ସହିତ ବିଭିନ୍ନ ନିର୍ଯାତନା ଦେଇଥିଲେ । ଠିକ୍ ସେହି ସମୟରେ ବୃଦ୍ଧା ଜଣକ ଚିତ୍କାର କରିବା ଆରମ୍ଭ କରିଦେଇଥିଲେ ।

ବୃଦ୍ଧାଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଦୌଡ଼ି ଆସି ଅଭିଯୁକ୍ତକୁ କାବୁ କରିଥିଲେ । ଏହାସହିତ ଅଭିଯୁକ୍ତକୁ ଅଟକ ରଖିବା ସହ ଗ୍ରାମବାସୀମାନେ ତା ନାମରେ କମର୍ଦ୍ଦା ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ କମର୍ଦ୍ଦା ଥାନା ଅଧିକାରିଣୀ ଗ୍ରାମରଖି ବିଜୟ ସିଂଙ୍କୁ ଘଟଣାସ୍ଥଳକୁ ପହଂଚିବା ପାଇଁ କହିଁଥିଲେ । ଗ୍ରାମବାସୀମାନେ ଅଭିଯୁକ୍ତ ଉତ୍ତମ ବେହେରାଙ୍କୁ ଗ୍ରାମରଖିଙ୍କ ଜିମା ଦେଇଥିଲେ ।

କିନ୍ତୁ ଗ୍ରାମରଖି ଅଭିଯୁକ୍ତ ଉତ୍ତମ ବେହେରା ଥାନାକୁ ନେଇ ଆସୁଥିବା ସମୟରେ ବାଟରେ ଛାଡ଼ି ଦେଇଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି । ଏନେଇ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ କମର୍ଦ୍ଦା ପୋଲିସକୁ ଦୀର୍ଘ ଚାରି ଘଣ୍ଟା ଅଟକ ରଖିଥିଲେ ସ୍ଥାନୀୟ ଲୋକେ । ତେବେ ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ପୋଲିସକୁ ଛାଡିଥିବା ଜଣାପଡିଛି ।

ନାରୀର ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି । ବାରମ୍ବାର ଏଭଳି ନିର୍ଯାତନାର ଶିକାର ହେଉଛି ନାରୀ । ସେ ନାବାଳିକା ହେଉ ବା ବୃଦ୍ଧା କାହାକୁ ବି ଛାଡୁନାହାନ୍ତି କିଛି ମଣିଷ ରୂପୀ ରାକ୍ଷସ । ଦୋଷୀ ବିରୋଧରେ ଯେତେ କଠୋର ଆଇନ୍ ଗ୍ରହଣ କଲେ ସୁଦ୍ଧା ଥମିବାର ନା ନେଉନାହିଁ ଅପରାଧ । ଏହି ଘଟଣାରେ ପୋଲିସ୍ ପ୍ରଶସନ ତୁରନ୍ତ ଦୋଷୀକୁ କାବୁ କରି ଦଣ୍ଡ ଦେବା ନିହାତୀ ଜରୁରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.