ବିଶ୍ୱର ସବୁଠୁ ଲମ୍ବା ଡବଲ ଲେନ୍‌ ଟନେଲ ‘ସେଲା ଟନେଲ’କୁ ଉଦଘାଟନ କଲେ ମୋଦି

ସେଲା ଟନେଲ ସମୁଦ୍ର ପତନରୁ ୧୩ ହଜାର ଫୁଟ ଉପରେ ନିର୍ମାଣ ହୋଇଛି । ଏହା ଦ୍ୱାରା ଚୀନ ସୀମା ତୱାଙ୍ଗକୁ ଅତି ସହଜରେ ପହଞ୍ଚି ହେବ । ଏଲଏସିର ଅତି ନିକଟକୁ ଯିବା ଆସିବା ସହଜ ହେବ । ଯେତେ ବି ଖରାପ ପାଣିପାଗ ହେଉ ନା କାହିଁକି ଏହି ଟନେଲ କାମ କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ସବୁଠୁ ଲମ୍ବା ଟନେଲ ‘ସେଲା ଟନେଲ’କୁ ଉଦ୍‌ଘାଟନ କରିଛନ୍ତି । ପ୍ରତ୍ୟେକ ପରିକୂଳ ପରିସ୍ଥିତିରେ ମଧ୍ୟ ଯୋଗାଯୋଗ ରଖିବା ଏବଂ ଚୀନ ସୀମା ସହିତ ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗ ଏବଂ କାମଙ୍ଗ ଅଞ୍ଚଳରେ ଥିବା ସେନାକୁ ସୁବିଧା ପ୍ରଦାନ କରିବା ଏହି ଟନେଲର ଉଦ୍ଦେଶ୍ୟ । ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି ।

ଏହି ଟନେଲର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ୨୦୧୯ ଫେବୃଆରୀରେ କରିଥିଲେ । ସେଲା ଟନେଲ ସମୁଦ୍ର ପତନରୁ ୧୩ ହଜାର ଫୁଟ ଉପରେ ନିର୍ମାଣ ହୋଇଛି । ଏହା ଦ୍ୱାରା ଚୀନ ସୀମା ତୱାଙ୍ଗକୁ ଅତି ସହଜରେ ପହଞ୍ଚି ହେବ । ଏଲଏସିର ଅତି ନିକଟକୁ ଯିବା ଆସିବା ସହଜ ହେବ । ଯେତେ ବି ଖରାପ ପାଣିପାଗ ହେଉ ନା କାହିଁକି ଏହି ଟନେଲ କାମ କରିବ । ପ୍ରତିଦିନ ୩ ହଜାର କାର୍, ୨ ହଜାର ଟ୍ରକ ବିନା କୌଣସି ଟ୍ରାଫିକ ସମସ୍ୟାରେ ଟନେଲରେ ଯିବା ଆସିବା କରିପାରିବେ । ବିଆରଓ ପକ୍ଷରୁ ଏହି ଟନେଲର ନିର୍ମାଣ ହୋଇଛି । ଏଥିପାଇଁ ୮୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଟନେଲ ଭିତରେ ଘଣ୍ଟାକୁ ୮୦ କିଲୋମିଟର ବେଗରେ ଗାଡ଼ି ଯିବା ଆସିବା କରିପାରିବ ।

ଏହା ଦୁନିଆର ସବୁଠୁ ଲମ୍ବା ଡବଲ-ଲେନ ଟନେଲ । ଲୋକଙ୍କ ସୁବିଧା ପାଇଁ ଭେଣ୍ଟିଲେସନ ସିଷ୍ଟମ, ଆଲୋକ ବ୍ୟବସ୍ଥା ରହିଛି । ଏହି ଟନେଲ ଅରୁଣାଚଳର ପଶ୍ଚିମ କାମଙ୍ଗ ଜିଲ୍ଲାର ତଓ୍ଵାଙ୍ଗ ଏବଂ ଦିରାଙ୍ଗ ମଧ୍ୟରେ ୧୨ କିମି ଦୂରତାକୁ କମ୍‌ କରିବ । ଏହାଦ୍ୱାରା ୯୦ ମିନିଟ ସମୟ ବଞ୍ଚିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.