ଦରମା ମିଳୁନାହିଁ, କଣ୍ଡକ୍ଟରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, କଳିଙ୍ଗନଗର ଡିପୋରେ ଅଟକି ରହିଛି ମୋ ବସ୍‌

ଭୁବନେଶ୍ବର(କେନ୍ୟୁଜ୍): ଅଟକି ଯାଇଛି ମୋ ବସ ସେବା । କଣ୍ଡକ୍ଟରମାନଙ୍କ କାଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ କଳିଙ୍ଗନଗର ମୋ ବସ୍‌ ଡିପୋରେ ଅଟକି ରହିଛି ମୋ ବସ୍‌ । ପାଖାପାଖି ୧୦୦ଟି ବସ ଆଜି ରାସ୍ତାକୁ ଗଡିନି । କର୍ମଚାରୀମାନେ ଅଭିଯୋଗ କରିଛନ୍ତି ୩ମାସରୁ ଊର୍ଦ୍ଧ୍ୱ ସମୟ ହେବ ସେମାନଙ୍କୁ ଦରମା ମିଳୁନାହିଁ । ସେଥିପାଇଁ ବାଧ୍ୟ ହୋଇକି ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ସେପଟେ କଳିଙ୍ଗ ନଗରରେ ଥିବା ମୋ ବସ୍‌ ଅଫିସରେ ମଧ୍ୟ ତାଲା ଛୁଲିଛି । ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.