Below header

କାହାଣୀ ଲେଖିଲା ଗୋଟିଏ ଫଟୋ . . ଏକାଠି କରାଇଦେଲା ୨୫ ବର୍ଷ ତଳେ ଅଲଗା ହୋଇଥିବା ଦୁଇ ଭାଇଙ୍କୁ

୨୫ ବର୍ଷ ତଳେ ଅଲଗା ହୋଇ ଯାଇଥିଲେ ପରିବାରଠାରୁ । ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଶୁଖିଯାଇଥିଲା ମା’ ଆଖିର ଲୁହ । ଆଉ ଶେଷରେ ପୁଅକୁ ଝୁରି ଝୁରି ଆଖି ବୁଜିଥିଲେ ମା’ । କିନ୍ତୁ ୨୫ ବର୍ଷ ପରେ ହେଲା ଚମତ୍କାର । ଘରକୁ ଫେରି ଆସିଲା ହଜି ଯାଇଥିବା ସେହି ପୁଅ । ଆଉ ଏହାର ମାଧ୍ୟମ ସାଜିଲା ଗୋଟିଏ ଫଟୋ । ଆଜ୍ଞା ହଁ, ଫିଲ୍ମର କାହାଣୀ ପରି ଲାଗୁଥିବା ଏହି ଘଟଣାଟି ଘଟିଛି ଛତିଶଗଡରେ ।

ସଲିମ୍ ଶେଖ୍ । ବିଳାସପୁରରେ ଭାଇ ଜୁନେଦ୍ ଏବଂ ମା’ଙ୍କ ସହ ରହୁଥିଲେ । ତେବେ ସଲିମଙ୍କ ମାନସିକ ସନ୍ତୁଳନ ଠିକ୍ ନଥିବାରୁ ୧୯୯୪ରେ ଘରୁ ହଠାତ୍ ନିଖୋଜ ହୋଇଯାଇଥିଲେ । ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ସଲିମଙ୍କର କୌଣସି ପତ୍ତା ମିଳିନଥିଲା । ଆଉ ପୁଅକୁ ଝୁରି ଝୁରି ଆଖି ବୁଜିଥିଲେ ମା’ । ଏପରିକି ସଲିମଙ୍କ ଫେରିବା ଆଶା ମଧ୍ୟ ଛାଡି ଦେଇଥିଲେ ପରିବାର ଲୋକ ।

ତେବେ ଦିନେ ହଠାତ୍ ଜୁନେଦଙ୍କ ମୋବାଇଲକୁ ଏକ ଫଟୋ ଆସିଲା ଆଉ ଲେଖା ହୋଇଥିଲା କଣ ଆପଣ ଏହି ବ୍ୟକ୍ତିଙ୍କୁ ଜାଣନ୍ତି ? ଫଟୋ ଦେଖି ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ ଜୁନେଦ୍ । କାରଣ ଫଟୋରେ ଆଉ କେହି ନୁହେଁ ଥିଲେ ୨୫ ବର୍ଷ ତଳେ ନିଖୋଜ ହୋଇଯାଇଥିବା ଭାଇ ସଲିମ୍ ।

କେମିତି ମିଳିଲା ପତ୍ତା ?

ରାସ୍ତାରେ ପଡିଥିବା ଅବସ୍ଥାରେ ସଲିମଙ୍କୁ କିଛି ଦିନ ତଳେ ଜଣେ ବ୍ୟକ୍ତି ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ । ଯେଉଁଠାରେ ପଚରା ଉଚରା ପରେ ତାଙ୍କ ଘର ବିଳାସପୁର ବୋଲି ଜଣା ପଡିଥିଲା । ଏହି ଘଟଣା ବିଷୟରେ ସଲିମଙ୍କ ଭାଇ ଜୁନେଦଙ୍କୁ ଯେତେବେଳେ ଜଣାପଡିଲା ସେତେବେଳେ ସେ ଭାଇକୁ ଆଣିବା ପାଇଁ ପୋଲିସ୍ ଷ୍ଟେସନରେ ପହଂଚିଥିଲେ । ଆଉ ୨୫ ବର୍ଷ ପରେ ଭାଇକୁ ପାଇ କାନ୍ଦି ପକାଇଥିଲେ ଜୁନେଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.