Below header

ରାଉରକେଲା: ଝଗଡ଼ା ହେଲା ସ୍ତ୍ରୀ ସହ, ରାଗ ଶୁଝାଇ ୫ ବର୍ଷର ପୁଅକୁ ମାରିଦେଲା ବାପା

ରାଉରକେଲା(କେନ୍ୟୁଜ୍): ବାପା ସାଜିଲା ପିଶାଚ। ପାରିବାରିକ କଳହକୁ ନେଇ ନିଜ ୫ ବର୍ଷର ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରାଉରକେଲା ବନ୍ଧମୁଣ୍ଡା ଥାନା ଆରଏସ କଲୋନୀରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ବାପା ଅନ୍ଦୁ ଓରାମଙ୍କୁ ପୋଲିସ ଗିରଫ କରିଛି। ଅଭିଯୋଗ ଅନୁଯାୟୀ ଅନ୍ଦୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏହା ଏତେ ବଢିଯାଇଥିଲା ଯେ ଅନ୍ଦୁ ରାଗରେ ଅନ୍ଧ ହୋଇ ନିଜ ୫ ବର୍ଷର ପୁଅକୁ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.