Below header

ଯାଜପୁର: ବାଲିପାଟଣା ଗାଁରେ ମାଟି କାନ୍ଥ ପଡି ୨ଜଣଙ୍କ ମୃତ୍ୟୁ

ଯାଜପୁର(କେନ୍ୟୁଜ୍): କାନ୍ଥ ନେଲା ଜୀବନ। ମାଟି କାନ୍ଥ ପଡି ୨ଜଣଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା କୁଆଖିଆ ଥାନା ବାଲିପାଟଣା ଗାଁରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ବନମାଳୀ ସାହୁ ଓ ଚନ୍ଦନ ଲେଙ୍କା। ଆଜି ସକାଳେ ଘର ମରାମତି କାମ ଚାଲିଥିବାବେଳେ ହତାଠ୍‌ କାନ୍ଥ ଭୁଷୁଡି ପଡିଥିଲା। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଜଣେ ଆହତ ହୋଇଛନ୍ତି। ତାଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.