Below header

ଭୁବନେଶ୍ୱରରେ ଆତଙ୍କବାଦୀ ଆକ୍ରମଣ କଲେ କିପରି କରିହେବ ମୁକାବିଲା, ଏସପ୍ଲାନେଡ୍‌ ମଲ୍‌ରେ ହେଲା ମକ୍‌ଡ୍ରିଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆତଙ୍କବାଦୀ ଆକ୍ରମଣ କଲେ କିପରି କରିହେବ ମୁକାବିଲା । ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭୁବନେଶ୍ୱରରେ କରାଯାଇଛି ମକ୍‌ଡ୍ରିଲ । ରସୁଲଗଡ଼ ସ୍ଥିତ ବଡ଼ ସପିଂ ମଲ୍‌ ଏସପ୍ଲାନେଡ୍‌ରେ ଆତଙ୍କବାଦୀ ଆକ୍ରମଣର ମୁକାବିଲା କରିବା ପାଇଁ ମକ୍‌ଡ୍ରିଲ ହୋଇଛି । ଏନ୍‌ଡିଆରଏଫ୍‌, ବମ୍‌ ସ୍କ୍ଵାଡ୍‌, ଆଣ୍ଟି ଟେରୋରିଜିମ୍‌ ସ୍କ୍ଵାଡ୍‌ ଓ ଅଗ୍ନିଶମ ଟିମ୍‌ ସାମିଲ ହୋଇଥିଲେ । ଆତଙ୍କବାଦୀମାନେ ବଡ଼ ବଡ଼ ମଲ୍‌କୁ ଟାର୍ଗେଟ୍‌ କରିଥାନ୍ତି । ତେଣୁ ମଲ୍‌ରେ ଆତଙ୍କବାଦୀମାନେ ପ୍ରବେଶ କଲେ ସେମାନଙ୍କୁ କିପରି ଟାର୍ଗେଟ୍‌ କରାଯାଇପାରିବ । ଲୋକଙ୍କୁ ମଲ୍‌ ଭିତରକୁ କିପରି ସୁରକ୍ଷିତ ବାହାର କରାଯିବ । ଏହା ସହ ଯଦି ଆତଙ୍କବାଦୀ ମଲ୍‌ ଭିତରେ ବମ୍‌ ରଖନ୍ତି, ତାକୁ କିପରି ନିଷ୍କ୍ରିୟ କରାଯିବ, ସେଥିପାଇଁ ମକ୍‌ଡ୍ରିଲ୍‌ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.