Below header

OTP ମାଗି ଆକାଉଣ୍ଟରୁ ଗାୟବ କଲେ ଟଙ୍କା , ଠକାମିର ଶିକାର ହୋଇଛନ୍ତି ଯୁଧିଷ୍ଠିର

ଯୁଧିଷ୍ଠିରଙ୍କୁ ଗତ ଶନିବାର ସନ୍ଧ୍ୟା ୫ ଟା ସମୟରେ ଏକ ଫୋନ ଆସିଥିଲା । ବ୍ୟାଙ୍କ କ୍ରେଡିଟ୍‌ କାର୍ଡର ଲିମିଟ ବୃଦ୍ଧି କରିବା ପାଇଁ ଜଣେ ମହିଳା ଯୁଧିଷ୍ଠିରଙ୍କୁ ଫୋନ କରିଥିଲେ । ଆଉ କାର୍ଡର ଲିମିଟ ବୃଦ୍ଧି କରିବା ପାଇଁ ଯୁବତୀ ଜଣଙ୍କ ଯୁଧିଷ୍ଠିରଙ୍କ ଠାରୁ ଓଟିପି ମାଗିଥିଲେ।

ବାଲେଶ୍ୱର (କେନ୍ୟୁଜ): ମୋବାଇଲକୁ ଓଟିପି ଆସିଲେ ଏହାକୁ କୌଣସି ଅଜଣା ବ୍ୟକ୍ତିଙ୍କ ସହ ସେୟାର ନକରିବାକୁ ବାରମ୍ବାର କୁହାଯାଉଛି । କାରଣ ଦିନକୁ ଦିନ ସାଇବର କ୍ରାଇମ୍‌ ବଢ଼ିଚାଲିଛି । ସାଇବର ଠକମାନେ ଟଙ୍କା ଲୁଟିବା ପାଇଁ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ଆଉ ସୁଯୋଗ ପାଇଲେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ତେବେ କ୍ରେଡିଟ୍‌ କାର୍ଡର ଲିମିଟ ବୃଦ୍ଧି କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଏକ ଘରୋଇ ବ୍ୟାଙ୍କରୁ ଜଣେ ମହିଳାଙ୍କର ଫୋନ ଆସିଲା । ଆଉ ବ୍ୟକ୍ତି ଜଣଙ୍କ ତାଙ୍କ ମୋବାଇଲକୁ ଆସିଥିବା ଓଟିପି ଦେବା ପରେ ତାଙ୍କ ଆକାଉଣ୍ଟରୁ ଗାୟବ ହୋଇଗଲା ୩୫ ହଜାର ଟଙ୍କା । ସାଇବର ଠକ ମାନେ ସାଧାରଣ ଲୋକଙ୍କୁ ଠକିବା ପାଇଁ ଦିନକୁ ଦିନ ଆପଣାଉଛନ୍ତି ନୂଆ ନୂଆ ତରିକା । ଆଉ ଲୋକଙ୍କୁ ମିଛ କହି ତାଙ୍କୁ ଠାରୁ ଠକି ନେଉଛନ୍ତି ଲକ୍ଷାଧିକ ଟଙ୍କା। ଏମିତି ଏକ ଘଟଣା ସିମୁଳିଆ ଥାନା ଅଞ୍ଚଳରେ ଘଟିଯାଇଛି ।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ନଛିପୁର ଗାଁର ଯୁଧିଷ୍ଠିର ନାୟକ ଠକାମିର ଶିକାର ହୋଇଛନ୍ତି । ଯୁଧିଷ୍ଠିରଙ୍କୁ ଗତ ଶନିବାର ସନ୍ଧ୍ୟା ୫ ଟା ସମୟରେ ଏକ ଫୋନ ଆସିଥିଲା । ବ୍ୟାଙ୍କ କ୍ରେଡିଟ୍‌ କାର୍ଡର ଲିମିଟ ବୃଦ୍ଧି କରିବା ପାଇଁ ଜଣେ ମହିଳା ଯୁଧିଷ୍ଠିରଙ୍କୁ ଫୋନ କରିଥିଲେ । ଆଉ କାର୍ଡର ଲିମିଟ ବୃଦ୍ଧି କରିବା ପାଇଁ ଯୁବତୀ ଜଣଙ୍କ ଯୁଧିଷ୍ଠିରଙ୍କ ଠାରୁ ଓଟିପି ମାଗିଥିଲେ। ଓଟିପି ମାଗିବା ସହ କାର୍ଡର ନମ୍ବର ବି ମାଗିଥିଲେ ମହିଳା । ଯୁଧିଷ୍ଠିର ମହିଳାଙ୍କ ଉପରେ ବିଶ୍ୱାସ କରି ଓଟିପି ଦେବା ସହ କ୍ରେଡିଟ୍‌ କାର୍ଡ ନମ୍ବର ବି ଦେଇଥିଲେ। କାର୍ଡର ନମ୍ବର ଓ ଓଟିପି ମିଳିବା ପରେ ମହିଳା ଜଣକ ୨ଘଣ୍ଟା ପରେ ଲିମିଟ ଆକ୍ଟିଭ ହେବ ବୋଲି କହି ଫୋନ ରଖିଦେଇଥିଲେ। କିନ୍ତୁ ଦୁଇ ଘଣ୍ଟା ପରେ ଯୁଧିଷ୍ଠିରଙ୍କ ଆକାଉଣ୍ଟ ନମ୍ବରରୁ ୩୫ହଜାର ୫ଶହ ୬୪ଟଙ୍କା କଟି ଯାଇଥିଲା।

ଯୁଧିଷ୍ଠିର ସେହି ନମ୍ବରରେ ବାରମ୍ବାର ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କେହି ଆଉ ଫୋନ ଉଠାଇ ନଥିଲେ। ଆଉ ଶେଷରେ ଯୁଧିଷ୍ଠିର ସିମୁଳିଆ ଥାନାରେ ପହଞ୍ଚି ଏଭଳି ଘଟଣାକୁ ନେଇ ଅଭିଯୋଗ କରିଛନ୍ତି । ଯୁଧିଷ୍ଠିର ସେ ଠକକୁ ଧରିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି । ଯଦି ଆପଣଙ୍କୁ ଏଭଳି କିଛି ଫୋନ ଆସୁଛି ଏବଂ କେହି ଆପଣଙ୍କୁ ଓଟିପି ମାଗୁଛନ୍ତି ତେବେ ଏଥିପ୍ରତି ସତର୍କ ରୁହନ୍ତୁ । ମୋବାଇଲରେ ଆସିଥିବା କୌଣସି ଓଟିପି ସେୟାର ନକରି ସ୍ଥାନୀୟ ବ୍ୟାଙ୍କ ଓ ପୋଲିସ ଷ୍ଟେସନରେ ଯାଇ ଯୋଗାଯୋଗ କରନ୍ତୁ । ଅନେକ ଲୋକ କଷ୍ଟ କରି ନିଜ ଆକାଉଣ୍ଟରେ ଟଙ୍କା ଜମା କରନ୍ତି ଭବିଷ୍ୟତରେ କାମରେ ଆସିବ ଭାବି । କିନ୍ତୁ ଏହି ଠକମାନେ ଲୋକଙ୍କ ଜମା ପୁଞ୍ଜିକୁ କ୍ଷଣିକରେ ଲୁଟି ନିଅନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.