ବସ୍ତି ବୁଲିଲେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ ଗେଟସ, ବୁଝିଲେ ବସ୍ତି ବାସିନ୍ଦାଙ୍କ ଜୀବନଶୈଳୀ

ବସ୍ତି ବୁଲିଲେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ ଗେଟସ । ଭୁବନେଶ୍ବର ଲୁମ୍ବିନୀ ବିହାର ମାଆ ମଙ୍ଗଳା ବିଜୁ ଆଦର୍ଶ କଲୋନୀ ବୁଲି ଦେଖିଛନ୍ତି । ବିକାଶମୂଳକ କାର୍ଯ୍ୟ ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି ବିଲ ଗେଟସ ।

ବସ୍ତି ବୁଲିଲେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ ଗେଟସ । ଭୁବନେଶ୍ବର ଲୁମ୍ବିନୀ ବିହାର ମାଆ ମଙ୍ଗଳା ବିଜୁ ଆଦର୍ଶ କଲୋନୀ ବୁଲି ଦେଖିଛନ୍ତି । ବିକାଶମୂଳକ କାର୍ଯ୍ୟ ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି ବିଲ ଗେଟସ । ଘରକୁ ଘର ଯାଇ ପଚାରି ବୁଝିଲେ ବସ୍ତି ବାସିନ୍ଦାଙ୍କ ଜୀବନଶୈଳୀ । ଅଙ୍ଗନବାଡି କେନ୍ଦ୍ର ଯାଇ ପିଲାଙ୍କୁ ଭେଟି ଆଲୋଚନା କରିଛନ୍ତି ବିଲ୍ ଗେଟସ୍ । ରାଜ୍ୟ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଜାଗା ମିଶନ ଓ ମୁକ୍ତି ଯୋଜନାର କାର୍ଯ୍ୟକାରିତା ଉପରେ ଅବଗତ ହୋଇଛନ୍ତି । ବସ୍ତି ଆଦର୍ଶ କଲୋନୀରେ ପରିବର୍ତ୍ତନ ହୋଇଥିବା ଦେଖି ଖୁସି ହୋଇଥିଲେ ବିଲ୍ ଗେଟସ ।

ଜାଗା ମିଶନ ବସ୍ତି ବାସିନ୍ଦାଙ୍କ ରୂପାନ୍ତରଣ ପାଇଁ ମହତ୍ତ୍ବାକାଂକ୍ଷୀ ଯୋଜନା । ଏଥିରେ ବସ୍ତି ବାସିନ୍ଦାଙ୍କ ପାଇଁ ରହିଛି ଭୂମି ଅଧିକାର । ସେମାନଙ୍କ ପାଇଁ ବିଜୁ ଆଦର୍ଶ କଲୋନୀର ରୂପାନ୍ତରଣ କରାଯାଇଛି । ପକ୍କା ଘର, ରାସ୍ତା ସହ ପାନୀୟ ଜଳ ଓ ବିଜୁଳି ସୁବିଧା ଯୋଗାଇ ଦେଉଛନ୍ତି ସରକାର । ଜାଗା ମିଶନ ବିଶ୍ବରେ ବି ଆଦୃତ ହୋଇଛି । ସେହିପରି ସହରାଞ୍ଚଳରେ ରୂପାନ୍ତରଣ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଯୋଜନା । କୋଭିଡ ମହାମାରୀ ସମୟରେ ସହରାଞ୍ଚଳର ଜନସାଧାରଣଙ୍କ ଜୀବନଜୀବିକାକୁ ବହୁଳ ମାତ୍ରାରେ ପ୍ରଭାବିତ କରିଥିଲା।

ଲୋକଙ୍କ ଜୀବନ ରକ୍ଷା ଓ ଜୀବିକା ଉପାର୍ଜନର ସୁଯୋଗ ସୃଷ୍ଟି ସହ ସମସ୍ତ ପୌରାଞ୍ଚଳର ଭିତ୍ତିଭୂମିର ବିକାଶ ପାଇଁ ଆରମ୍ଭ ହୋଇଥିଲା ମୁକ୍ତା ଯୋଜନା । ବିଲ୍ ଗେଟ୍ସ ଏହି ଦୁଇ ମହତ୍ତ୍ବାକାଂକ୍ଷୀ ଯୋଜନା ବାବଦରେ ଅବଗତ ହୋଇଛନ୍ତି । ଆଜି ଓଡ଼ିଶା କୃଷି ଭବନ ଯିବେ ବିଲ ଗେଟସ୍ । କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଯେଉଁ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ବା ଡିପିଆଇ ବ୍ୟବହାର କରାଯାଉଛି ତାକୁ ଦେଖିବେ ବିଲ ଟେଗସ। ମୁଖ୍ୟମନ୍ତ୍ରୀଙ୍କୁ ବି ଭେଟିବେ ବିଲ ଗେଟ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.