ଅନିୟନ୍ତ୍ରିତ ହୋଇ ପୋଲ ତଳକୁ ଖସିଲା ବସ୍‌, ୩୧ ମୃତ, ୧୦ ଗୁରୁତର

ମାଲିର କେନିବାରେ ଏକ ବସ୍‌ ଅନିୟନ୍ତ୍ରିତ ହୋଇ ପୋଲ ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ଅତିକମରେ ୩୧ ମୃତ୍ୟୁବରଣ କରିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ବସ୍‌ଟି ବୁର୍କିନାରୁ ଫାସୋ ଯାଉଥିଲା ବୋଲି ମାଲି ପରିବହନ ମନ୍ତ୍ରଣାଳୟ କହିଛି ।

ମାଲିର ପଶ୍ଚିମ ସହର କେନିବା ପାଖରେ ଯାତ୍ରୀବାହୀ ବସ୍‌ ପୋଲରୁ ଖସିବାରୁ ୩୧ ଜଣଙ୍କ ଜୀବନ ଚାଲିଯାଇଛି । ବସ୍‌ଟି ବୁର୍କିନାରୁ ଫାସୋ ଯାଉଥିଲା । ମଙ୍ଗଳବାର ସନ୍ଧ୍ୟା ୫ ବେଳେ ଏହି ଦୁର୍ଘଟଣା ଘଟିଛି । ବସରେ ମାଲିୟନ ଏବଂ ପଶ୍ଚିମ ଆଫ୍ରିକାର କିଛି ନାଗରିକ ଥିଲେ । ତେବେ ବସ୍‌ଟି ଅନିୟନ୍ତ୍ରିତ ହୋଇ ତଳକୁ ଖସିପଡିଥିବା ଜଣାପଡିଛି ।

ସୂଚନା ମୁତାବକ, ମାଲିର କେନିବାରେ ଏକ ବସ୍‌ ଅନିୟନ୍ତ୍ରିତ ହୋଇ ପୋଲ ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ଅତିକମରେ ୩୧ ମୃତ୍ୟୁବରଣ କରିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ବସ୍‌ଟି ବୁର୍କିନାରୁ ଫାସୋ ଯାଉଥିଲା ବୋଲି ମାଲି ପରିବହନ ମନ୍ତ୍ରଣାଳୟ କହିଛି । ଆହତ ହୋଇଥିବା ଯାତ୍ରୀଙ୍କ ମଧ୍ୟରେ କିଛିଙ୍କର ଅବସ୍ଥା ଗୁରୁତର ରହିଛି ।

ଦୁର୍ଘଟଣା ସନ୍ଧ୍ୟା ୫ରେ ହୋଇଥିବା ବୋଲି ଜଣାପଡିଛି । ବସ୍‌ ବାଗୋ ନଦୀ ପାର କରୁଥିବା ବେଳେ ପୋଲ ଉପରେ ଏହି ଦୁର୍ଘଟଣା ଘଟିଥିଲା ।

ସୂଚନାଯୋଗ୍ୟ, ମାଲିରେ ରାସ୍ତା ଖରାପ ରହିଥିବା ଯୋଗୁଁ ସଡ଼କ ଦୁର୍ଘଟଣା ବଢିଚାଲିଛି । ଏହାପୂର୍ବରୁ ୧୯ ଫେବୃଆରୀରେ ଏକ ବସ୍‌ ଏବଂ ଲରି ଧକ୍କା ହେବାକରୁ ଅତିକମରେ ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ସେହିପରି ୪୬ ଜଣ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.