ଭୁଲ ମାଗିଲା ଗୁଗୁଲ, ମ୍ୟାପରେ ଭୁଲ ରାସ୍ତା ଦେଖାଇ ଥିବାରୁ କ୍ଷମା ପ୍ରାର୍ଥନା କଲା
ଭୁଲ ମାଗିଲା ଗୁଗୁଲ। ମ୍ୟାପରେ ଭୁଲ ରାସ୍ତା ଦେଖାଇ କ୍ଷମା ପ୍ରାର୍ଥନା କରିଛି । ଅଷ୍ଟ୍ରେଲିଆ ଭ୍ରମଣରେ ଯାଇଥିବା ଦୁଇ ଜଣ ଜର୍ମାନ ପର୍ଯ୍ୟଟକ ଗୁଗୁଲ ମ୍ୟାପରେ ରାସ୍ତା ଖୋଜି ହୀନସ୍ତା ହେଲେ ।

ଭୁଲ ମାଗିଲା ଗୁଗୁଲ। ମ୍ୟାପରେ ଭୁଲ ରାସ୍ତା ଦେଖାଇ କ୍ଷମା ପ୍ରାର୍ଥନା କରିଛି । ଅଷ୍ଟ୍ରେଲିଆ ଭ୍ରମଣରେ ଯାଇଥିବା ଦୁଇ ଜଣ ଜର୍ମାନ ପର୍ଯ୍ୟଟକ ଗୁଗୁଲ ମ୍ୟାପରେ ରାସ୍ତା ଖୋଜି ହୀନସ୍ତା ହେଲେ । ଭୁଲ ରାସ୍ତା ଯୋଗୁଁ ଗାଡି କାଦୁଅରେ ଫସିଥିଲା । କୌଣସି ମତେ ସେମାନେ ଗାଡିରୁ ବାହାରି ଜୀବନ ବଞ୍ଚାଇଥିଲେ। ପ୍ରାୟ ଏକ ସପ୍ତାହ ଧରି ଫସି ରହିଥିଲେ ଦୁଇ ପର୍ଯ୍ୟଟକ। ସେହି ସମୟରେ ଏକ କୁମ୍ଭୀର ଆକ୍ରମଣ କରିବାକୁ ଗୋଡାଇଥିଲା।
କୌଶଳ କ୍ରମେ କୁମ୍ଭୀର ଆକ୍ରମଣରୁ ବର୍ତ୍ତି ଜୀବନ ବଞ୍ଚାଇବା ପରେ ପାଦରେ ଚାଲି ଚାଲି ଜନବସତି ଆଡକୁ ଯିବାକୁ ଉଦ୍ୟମ କରିଥିଲେ ଦୁଇ ପର୍ଯ୍ୟଟକ। ଗତ ବର୍ଷଠାରୁ ବନ୍ଦ ହୋଇ ଯାଇଥିବା ଏକ ଜାତୀୟ ଉଦ୍ୟାନ ଦେଇ ଗୁଗୁଲ ମ୍ୟାପ ରାସ୍ତା ଦେଖାଇ ଥିବାରୁ ଦୁଇ ଜର୍ମାନ ପର୍ଯ୍ୟଟକ ଏସମ୍ପର୍କରେ ଗୁଗୁଲ କମ୍ପାନୀକୁ ଅଭିଯୋଗ କରିଥିଲେ। କମ୍ପାନୀ ନିଜ ଭୁଲ ସ୍ୱୀକାର କରିବା ପରେ ଏହି ରୁଟକୁ ନିଜ ମ୍ୟାପରୁ ହଟାଇ ଦେଇଛି।