Below header

ନବରଙ୍ଗପୁର ଝରିଗାଁ ଜଗନ୍ନାଥ ମନ୍ଦିର ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ନବରଙ୍ଗପୁର ଜିଲ୍ଲା ଝରିଗାଁ ଜଗନ୍ନାଥ ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୁତ୍ତ।

ଉମରକୋଟ(କେନ୍ୟୁଜ): ଯାହାତ କରୁଛନ୍ତି କରୁଛନ୍ତି ଶେଷରେ ଠାକୁରଙ୍କୁ ବି ଛାଡୁନାହାନ୍ତି । ମଣିଷଙ୍କୁ ତ ଲୁଟୁଥିଲେ ଏବେ ଭଗବାନଙ୍କୁ ବି ଲୁଟିବାକୁ ପଛଘୁଞ୍ଚା ଦେଉନାହାନ୍ତି । ରାତିରେ କଳାକନା ବୁଲାଇ । ଜଗନ୍ନାଥଙ୍କର ହୁଣ୍ଡିର ଟଙ୍କାକୁ ଚୋରେଇ ନେଇଛନ୍ତି ।

ନବରଙ୍ଗପୁର ଜିଲ୍ଲା ଝରିଗାଁ ଜଗନ୍ନାଥ ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୁତ୍ତ। ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଜଗନ୍ନାଥ ମନ୍ଦିର ପୂଜକ ମନ୍ଦିର ଖୋଲିବାକୁ ଯାଇଥିବା ବେଳେ ମୁଖ୍ୟ ଦ୍ୱାରର ତାଲା କଟାଯାଇଥିବା ଦେଖିବାକୁ ପାଇଥିଲେ ଏବଂ ଚୋରି ହୋଇଥିବା ନେଇ ସନ୍ଦେହ କରିଥିଲେ । ତୁରନ୍ତ ସେ ଏନେଇ ମନ୍ଦିର କମିଟିକୁ ଜଣାଇବା ପରେ ଭିତରେ ହୁଣ୍ଡି ନଥିବା ଦେଖିବାକୁ ପାଇଥିଲେ ସଭିଏଁ ।

ବହୁ ସମ ଧରି ଖୋଜାଖୋଜି କରିବା ପରେ ହୁଣ୍ଡିଟି ରୋଷେଇ ଘର ପଛପଟେ ରଖାଯାଇଥିବା ଦେଖିବାକୁ ମିଳିଥିଲା । ହେଲେ ହୁଣ୍ଡିର ତାଲା ଭଙ୍ଗାଯାଇ ସମସ୍ତ ଟଙ୍କା ଲୁଟି ନେଇଥିଲେ ଦୁର୍ବୁତ୍ତ । ତେବେ ଆଜିକୁ ଦୁଇବର୍ଷ ହେବ ହୁଣ୍ଡି ଖୋଲା ଯାଇନଥିବା ବେଳେ ହୁଣ୍ଡିରେ ଆନୁମାନିକ ପଚାଶ ହଜାର ଟଙ୍କାରୁ ଅଧିକ ଟଙ୍କା ଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ଯୁଗରେ ଭଗବାନ ମଧ୍ୟ ଅସୁରକ୍ଷିତ। ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଉଛନ୍ତି ଦୁର୍ବୁତ୍ତ। ତେବେ ତୁରନ୍ତ ଚୋରକୁ ଧରି ଠାକୁରଙ୍କ ଟଙ୍କା ଫେରସ୍ତ କରିବାକୁ ପୋଲିସ୍ କୁ ନିବେଦନ କରିଛନ୍ତି ଗ୍ରାମବାସୀଙ୍କ ସହିତ ମନ୍ଦିର କମିଟି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.