ଦିଲ୍ଲୀ: ପୋଲିସ ଓ ଗ୍ୟାଙ୍ଗ୍‌ଷ୍ଟାର ମଧ୍ୟରେ ଗୁଳି ବିନିମୟ, ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍‌ର ୨ ସୁଟର ଗିରଫ

ଦିଲ୍ଲୀର ଭିଭିଆଇପି ଅଞ୍ଚଳ ବସନ୍ତ କୁଞ୍ଜରେ ଶୁକ୍ରବାର ଦିଲ୍ଲୀ ପୋଲିସ ଓ ଗ୍ୟାଙ୍ଗ୍‌ଷ୍ଟାରଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ସ୍ପେଶାଲ ସେଲ୍‌ ପୋଲିସ ଏନ୍‌କାଉଣ୍ଟର କରି ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍‌ର ୨ ସୁଟରଙ୍କୁ ଗିରଫ କରିଛି।

ଦିଲ୍ଲୀର ଭିଭିଆଇପି ଅଞ୍ଚଳ ବସନ୍ତ କୁଞ୍ଜରେ ଶୁକ୍ରବାର ଦିଲ୍ଲୀ ପୋଲିସ ଓ ଗ୍ୟାଙ୍ଗ୍‌ଷ୍ଟାରଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ସ୍ପେଶାଲ ସେଲ୍‌ ପୋଲିସ ଏନ୍‌କାଉଣ୍ଟର କରି ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍‌ର ୨ ସୁଟରଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୧୫ ବର୍ଷର ଜଣେ ନାବାଳକ ଥିବାବେଳେ ଅନ୍ୟ ଜଣେ ହେଉଛନ୍ତି ୨୩ ବର୍ଷୀୟ ଅନିଶ୍‌। ଉଭୟଙ୍କ ନାଁରେ ପୂର୍ବରୁ ଅନେକ ଆପରାଧିକ ମାମଲା ପଞ୍ଜିକୃତ ରହିଛି। ଦୁଇ ଜଣ ଗୋଲ୍ଡି ବରାର୍‌ ଗ୍ୟାଙ୍ଗ୍‌ରେ ମଧ୍ୟ ଜଡ଼ିତ ଥିବା ପୋଲିସ କହିଛି।

ଏନ୍‌କାଉଣ୍ଟର ସମୟରେ ଉଭୟ ପକ୍ଷରୁ ଗୁଳି ଚଳାଯାଇଥିଲା। ସମଗ୍ର ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। କୁହାଯାଉଛି ଯେ ଗ୍ୟାଙ୍ଗଷ୍ଟାର୍‌ ଅନମୋଲ ବିଶ୍ନୋଇଙ୍କ କହିବା ଅନୁସାରେ ପଞ୍ଜାବ ଜେଲ୍‌ରେ ଥିବା ଅମିତ୍‌ ସୁଟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ରାତିରେ ବସନ୍ତ କୁଞ୍ଜର ପକେଟ୍‌-୯ ନିକଟରେ ଦୁଇ ସୁଟରଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା।

ପଚରାଉଚରା ବେଳେ ଅଭିଯୁକ୍ତମାନେ କହିଥିଲେ, ଦୁଇ ଜଣଙ୍କୁ ଦକ୍ଷିଣ ଦିଲ୍ଲୀର ଏକ ପ୍ରତିଷ୍ଠିତ ହୋଟେଲ ବାହାରେ ଗୁଳି ଚଳାଇବା କାମ ଦିଆଯାଇଥିଲା, ଯାହାର ଉଦ୍ଦେଶ୍ୟ ହେଉଛି, ଭୟ ଦେଖାଇ ବଳପୂର୍ବକ ଟଙ୍କା ଲୁଟିବା। ପୋଲିସ ମୁତାବକ, ଅଭିଯୁକ୍ତମାନେ ୫ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ପାଲଟା କାର୍ଯ୍ୟାନୁଷ୍ଠାନରେ ପୋଲିସ ୨ଟି ଗୁଳି ଚଳାଇଥିଲା। ଏଥିରେ କେହି ଆହତ ହୋଇ ନାହାନ୍ତି। ସେମାନଙ୍କଠାରୁ ଦୁଇଟି ପିସ୍ତଲ, ୪ଟି କାର୍ଟ୍ରିଜ୍‌ ଏବଂ ଏକ ବାଇକ୍‌ ଜବତ କରାଯାଇଛି। ସଶସ୍ତ୍ର ଡକାୟତି ମାମଲାରେ ଉଭୟଙ୍କ ନାଁରେ ମାମଲା ଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.