କେନ୍ୟୁଜ୍: ଫେରିଯିବ ମୌସୁମୀ। ପୂର୍ବ-ଭାରତର କିଛି ଅଞ୍ଚଳରୁ ଫେରିଯାଇପାରେ ମୌସୁମୀ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଏପଟେ ବାତ୍ୟା ଆସିବ ନା ନାହିଁ ତାକୁ ନେଇ ଦ୍ବନ୍ଦ ଦେଖାଦେଇଛି। ବିଭିନ୍ନ ମଡେଲର ଭିନ୍ନଭିନ୍ନ ଆକଳନ। ଆଇଏମ୍ଡି ସ୍ପଷ୍ଟ କରି ୭ ଦିନ ଭିତରେ ବାତ୍ୟା ସମ୍ଭାବନା ନାହିଁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଆମେରିକୀୟ ପାଣିପାଗ ମଡେଲ GFS ମୁତାବକ, ଆସନ୍ତା ୨୦ ତାରିଖ ବେଳକୁ ବାତ୍ୟା ସୃଷ୍ଟି ହେଉଛି। ୨୨ ତାରିଖ ବେଳକୁ ଘନୀଭୂତ ହୋଇ ସ୍ଥଳଭାଗ ମୁହାଁ ହେଉଛି।