ବାତ୍ୟା ନେଇ ବିଭିନ୍ନ ମଡେଲର ଭିନ୍ନଭିନ୍ନ ଆକଳନ

କେନ୍ୟୁଜ୍: ବାତ୍ୟା ଆସିବ ନା ନାହିଁ। ବିଭିନ୍ନ ମଡେଲର ଭିନ୍ନଭିନ୍ନ ଆକଳନ। ଆଇଏମ୍‌ଡି ସ୍ପଷ୍ଟ କରି ୭ ଦିନ ଭିତରେ ବାତ୍ୟା ସମ୍ଭାବନା ନାହିଁ। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଆମେରିକୀୟ ପାଣିପାଗ ମଡେଲ GFS ମୁତାବକ, ଆସନ୍ତା ୨୦ ତାରିଖ ବେଳକୁ ବାତ୍ୟା ସୃଷ୍ଟି ହେଉଛି। ୨୨ ତାରିଖ ବେଳକୁ ଘନୀଭୂତ ହୋଇ ସ୍ଥଳଭାଗ ମୁହାଁ ହେଉଛି।

ୟୁରୋପୀୟ ମଡେଲ ECMWF ମୁତାବକ ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଗତିପଥ ସମ୍ପର୍କରେ ସ୍ପଷ୍ଟ ସୂଚନା ନାହିଁ। ଆକ୍ୱୱେଦରର ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍‌ଙ୍କ ସୂଚନା, ଆସନ୍ତା ସପ୍ତାହରେ ଆଣ୍ଡମାନ ସାଗର କିମ୍ବା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ ଦିଗକୁ ଗତିପାରେ। କିନ୍ତୁ ଏହାର ତୀବ୍ରତା ନେଇ ବିଭିନ୍ନ ମଡେଲରେ ଭିନ୍ନତା ରହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.