ଭୋକ ଲାଗିଲା ବୋଲି ଗୁପଚୁପ୍‌ ଖାଇବାକୁ ଆସିଲା ହାତୀ, ଭିଡିଓ ନ ଦେଖିଲେ ବିଶ୍ୱାସ କରିପାରିବେନି ଆପଣ

ଗୁପଚୁପ୍‌ ଏମିତି ଏକ ଖାଦ୍ୟ, ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଯେତେ ଖାଇଥିଲେ ମଧ୍ୟ ଗୁପ୍‌ଚୁପ୍‌ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଲକ୍ଷ ଲକ୍ଷ ଲୋକେ ଏହି ଷ୍ଟ୍ରିଟ୍‌ ଫୁଡ ଖାଇବାକୁ ପସନ୍ଦ କରନ୍ତି। ଆଉ ଏହା ଏମିତି ଖାଇବା ଯାହାକୁ ଖାଇବାକୁ ସମସ୍ତଙ୍କ ପାଟରୁ ଲାଳ ଗଳିଥାଏ। ବଜାର ହେଉ ଅବା ମେଳା ଏହାକୁ ଛୋଟ ଠାରୁ ବଡ ଯାଏଁ ସମସ୍ତେ ଖାଇବାକୁ ଇଚ୍ଛା କରିଥାନ୍ତି। କିନ୍ତୁ କେବେ କୌଣସି ହାତୀ ଗୁପଚୁପ ଖାଇବା ଦେଖିଛନ୍ତି କି ? ଆଉ ଗୁପଚୁପ ଖାଇବାକୁ ମଧ୍ୟ ହାତୀ ଦୋକାନୀ ପାଖକୁ ଯିବା ହୁଏତ ଆପଣ ଦେଖିନଥିବେ।

ଆସାମର ତେଜପୁରରେ ଏକ ହାତୀ ଗୁପଚୁପ୍‌ ଖାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ହାତୀଟି ଗୁପଚୁପ୍‌ ମଣିଷଙ୍କ ଭଳି ଚଟପଟ ଖାଇଯାଉଛି, ଏହାର ଟେଷ୍ଟ ଚାଖିବା ପରେ ହାତୀ ଦୋକାନୀକୁ ଆଉ ଖାଇବାକୁ ଶୁଣ୍ଢ ବଢାଉଛି। ଭିଡିଓରେ ଦେଖିବାକୁ ମିଳିଛି, ଗୁପଚୁପ୍‌ ଦୋକାନୀ ପାଖକୁ ହାତୀଟି ଯାଇ ଗୁପଚୁପ୍‌ ଖାଇବାକୁ ମାଗୁଛି। ଆଉ ଦୋକାନୀ ଜଣକ ଗୋଟିଏ ପରେ ଗୋଟିଏ ଗୁପଚୁପ୍‌ ହାତୀ ଶୁଣ୍ଢରେ ରଖୁଛନ୍ତି, ହାତୀ ଏହାକୁ ମନ ଖୁସିରେ ଖାଇବାକୁ ଲାଗୁଛି। ଆପଣ ଯଦି ଏହି ଭିଡିଓ ଦେଖିବେ, ତେବେ ଆପଣଙ୍କୁ ମଧ୍ୟ ଚୁପଚୁପ୍‌ ଖାଇବାକୁ ଇଚ୍ଛା ହେବ। ଦୋକାନୀ ଜଣକ ଖୁସିରେ ମଧ୍ୟ ହାତୀକୁ ଗୁପଚୁପ୍‌ ଖାଇବାକୁ ଦେଉଛନ୍ତି।

ତେବେ ଏହି ଭିଡିଓକୁ ଓଡିଶାବାସୀ ନାମକ ଏକ ଟ୍ଵିଟର ଆକାଉଣ୍ଟରୁ ସେୟାର କରାଯାଇଛି। ଯାହା ଭାଇରଲ ହେବାରେ ଲାଗିଛି। କିପରି ଦୋକାନୀ ଜଣକ ହାତୀକୁ ଖୁସିରେ ଗୁପଚୁପ୍‌ ଖାଇବାକୁ ଦେଉଛନ୍ତି। ଆଉ ହାତୀଟି ଆନନ୍ଦର ସହିତ ଏହାକୁ ଖାଇବାକୁ ଲାଗିଛି।

ତେବେ ମଣିଷ ଭଳି ଜୀବଜନ୍ତୁଙ୍କର ଖାଇବାର ଲାଳସା ରହିଛି। ସେମାନେ ମଧ୍ୟ ଏହାର ଟେଷ୍ଟ ନେବାକୁ ଚାହୁଁଛନ୍ତି। ଆପଣ ପୂର୍ବରୁ ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ ପୋଷା କୁକୁର, ବିଲେଇ, ମାଙ୍କଡ ମଧ୍ୟ ଏମିତି ଖାଇବାକୁ ଇଚ୍ଛା ରଖିଥାନ୍ତି। ପୂର୍ବରୁ ଏକ ଭିଡିଓ ଭାଇରଲ ହୋଇଥିଲା, ଯେଉଁଥିରେ ହାତୀ ପଣସ ଖାଉଥିବା ଦେଖିବାକୁ ମିଳିଥିଲା। ଏହାକୁ ଆଇଏଏସ ସୁପ୍ରିୟା ସାହୁ ସେୟାର କରିଥିଲେ।

Also Read : ଲାଇଭ ମ୍ୟାଚ୍‌ ସମୟରେ ପ୍ରେମିକାକୁ ପ୍ରପୋଜ କରିବା ପଡିଲା ମହଙ୍ଗା, ଲଲିପପ୍‌ ଦେଇ ଚାପୁଡା ଖାଇଲେ ପ୍ରେମିକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.