ଲାଇଭ ମ୍ୟାଚ୍‌ ସମୟରେ ପ୍ରେମିକାକୁ ପ୍ରପୋଜ କରିବା ପଡିଲା ମହଙ୍ଗା, ଲଲିପପ୍‌ ଦେଇ ଚାପୁଡା ଖାଇଲେ ପ୍ରେମିକ

ପ୍ରେମୀଯୁଗଳ ପରସ୍ପରକୁ ପ୍ରପୋଜ କରୁଥିବା ବେଳେ ଏହି ମୁହୂର୍ତ୍ତକୁ ସ୍ପେଶାଲ ଏବଂ ସ୍ମରଣୀୟ କରି ରଖିବାକୁ ଇଚ୍ଛା ରଖିଥାନ୍ତି। ଆଉ ଜୀବନସାରା ଏହାକୁ ମନେ ରଖିବା ପାଇଁ କିଛି ଲୋକ ପ୍ରେମ ନିବେଦନ କରିବା ପାଇଁ ସାଙ୍ଗମାନଙ୍କର ସହାୟତା ମଧ୍ୟ ନେଇଥାନ୍ତି। ଆଜିକାଲିର ଯୁବପିଢି ଭିନ୍ନ ଭିନ୍ନ ପ୍ରକାରର ଷ୍ଟାଇଲରେ ପ୍ରେମ ନିବେଦନ କରୁଛନ୍ତି। ଏବେ ପ୍ରପୋଜ କରିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଛି। ଆଉ ନୂଆ ଷ୍ଟାଇଲରେ ପ୍ରେମ ନିବେଦନ କରିବା ଏବେ ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ପ୍ରେମ ନିବେଦନ କରି ଯୁବକ ଜଣକ ଗାର୍ଲଫ୍ରେଣ୍ଡ ଠାରୁ ଶକ୍ତ ଚାପୁଡା ଖାଇଛନ୍ତି। ଆଉ ପ୍ରେମିକା ଜଣକୁ ଏଥିପାଇଁ କ୍ଷତି ସହିବାକୁ ପଡିଛି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି।

ଭାଇରଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ଖେଳ ଚାଲୁଥିବା ବେଳେ ଷ୍ଟାଡିୟମରେ ଫୁଲ ଦର୍ଶକ ବସିଥିଲେ। ଏହି ସମୟରେ ଜଣେ ଯୁବତୀଙ୍କୁ ପ୍ରପୋଜ କରିଥିଲେ ଜଣେ ଯୁବକ । କିନ୍ତୁ ଯେତେବେଳେ ସେ ତଳେ ଆଣ୍ଠେଇ ଗାର୍ଲଫ୍ରେଣ୍ଡଙ୍କୁ ପ୍ରେମର ନିବେଦନ କରୁ କରୁ ଯୁବତୀ ଜଣକ ଯୁବକଙ୍କ ଗାଲକୁ ଏକ ଶକ୍ତ ଚାପୁଡା ଲଗାଇ ଦେଇଥିଲେ। ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯାହାର ଭିଡିଓ ଭାଇରଲ ହୋଇଥିଲା।

ପ୍ରକୃତରେ ଘଟଣା ହେଉଛି ଏମିତି କି, ଯୁବକ ଜଣକ ତଳେ ଆଣ୍ଠୁ ମାଡି ପ୍ୟାକେଟରୁ ମୁଦି ବାହାର କରି ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିବାକୁ ଚାହିଁଥିଲେ । କିନ୍ତୁ ମୁଦି ବଦଳରେ ପ୍ୟାକେଟରୁ ଏକ ଲଲିପପ୍ ବାହାରିଥିଲା । ଯାହାକୁ ଦେଖି ଯୁବତୀ ଜଣକ ରାଗି ଯାଇଥିଲେ ଏବଂ ଯୁବକଙ୍କ ଗାଲକୁ ଚାପୁଡା ଲଗାଇ ଦେଇଥିଲେ । ଯୁବତୀ ଜଣକ ପ୍ୟାକେଟ ଭିତରୁ ମୁଦି ଆଶା କରୁଥିବା ବେଳେ ଲଲିପପ୍‌ ବାହାରିବା ଦେଖି ରାଗି ଯାଇଥିଲେ। ଆଉ ଯୁବକଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଦେଇଥିଲେ।

ସୂଚନା ଅନୁଯାୟୀ, ଏହି ଘଟଣା ଆମେରିକାର ଏକ ବେସବଲ ଷ୍ଟାଡିୟମର ବୋଲି ଖବର ମିଳିଛି। ମ୍ୟାଚ ସମୟରେ ଷ୍ଟାଡିୟମରେ ଦର୍ଶକରେ ଫୁଲ୍‌ ଥିବା ବେଳେ ଏହି ଘଟଣା ଘଟିଥିଲା। ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଅନେକ ଲୋକ ଏହି ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.