ଦେହରେ ଜରି ଗୁଡାଇ ହୋଇ ଏକ ରୁମ୍‌ରେ ଫସିଗଲେ ଜାହ୍ନବୀ, ଜୀବନ ବଞ୍ଚାଇବାକୁ କଲେ ଚେଷ୍ଟା ହେଲେ…

ଜାହ୍ନବୀ କପୁରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ମିଲି’ର ଟିଜର ରିଲିଜ ହୋଇଛି। ଦର୍ଶକ ପୁଣିଥରେ ଜାହ୍ନବୀ କପୁରଙ୍କ ଅଲଗା ଅବତାର ଦେଖିବାକୁ ମିଳିବ। ଟିଜରରେ ସସପେନ୍ସ ଦେଖିବାକୁ ମିଳିଛି। ଏହି ଫିଲ୍ମକୁ ବୋନି କପୁର ପ୍ରଡ୍ୟୁସ କରିଛନ୍ତି। ବାପା ଝିଅ ପ୍ରଥମ ଥର ପାଇଁ କୌଣସି ପ୍ରୋଜେକ୍ଟରେ ଏକାଠି କାମ କରୁଛନ୍ତି। ଫିଲ୍ମଟି ଆସନ୍ତା ୪ ତାରିଖରେ ରିଲିଜ ହେବ।

ଫିଲ୍ମର ନିର୍ଦ୍ଦେଶନା ମଥୁକୁଟି ଜେଭିଅର ଦେଉଛନ୍ତି। ଏହି ଫିଲ୍ମ ମଲାୟାଲମ ଫିଲ୍ମ ‘ହେଲେନ’ର ରିମେକ। ଫିଲ୍ମରେ ଜାହ୍ନବୀ କପୁରଙ୍କ ବ୍ୟତୀତ ବିକ୍କି କୌଶଲଙ୍କ ଭାଇ ସନ୍ନି କୌଶଲ ଦେଖିବାକୁ ମିଳିବେ। ଟିଜରର ପ୍ରଥମରେ ଜାହ୍ନବୀ ନିଜକୁ ଏକ ଟେପରେ ଗୁଡାଇ ରଖିଥିବା ଦେଖିବାକୁ ମିଳିଛନ୍ତି। ଏମିତି ରୁମରେ ଫସିଛନ୍ତି, ଯେଉଁଠାରେ ତାପମାତ୍ରା କମି କମି ଯାଉଛି। ଥଣ୍ଡାରେ ଜାହ୍ନବୀଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ଜାହ୍ନବୀ ନିଜକୁ ବାହାର କରିବାକୁ ସଂପୂର୍ଣ୍ଣ ଚେଷ୍ଟା କରୁଛନ୍ତି।

 

View this post on Instagram

 

A post shared by Janhvi Kapoor (@janhvikapoor)

ଏହି ଫିଲ୍ମରେ ଜାହ୍ନବୀ ମିନି ନାଡିଓ୍ଵାଲ ଭୂମିକାରେ ନଜର ଆସବେ। ମଥୁକୁଟି ଜେଭିୟରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ବୋନି କପୁର ପ୍ରଡ୍ୟୁସ କରୁଛନ୍ତି। ପ୍ରଥମ ଥର ପାଇଁ ବାପା ଝିଅ ଏକାଠି ସ୍କ୍ରିନ ସେୟାର କରୁଛନ୍ତି। ଏହି ଫିଲ୍ମ ପରେ ଜାହ୍ନବୀ ଖୁବଶୀଘ୍ର ରାଜକୁମାର ରାଓଙ୍କ ସହିତ ‘ମିଷ୍ଟର ଆଣ୍ଡ ମିସେଜ ମାହି’ରେ ଦେଖିବାକୁ ମିଳିବେ। ଏହାପରେ ବରୁଣ ଧଓ୍ଵନଙ୍କ ସହିତ ଫିଲ୍ମ ‘ବବାଲ’ରେ ନଜର ଆସିବେ। ପ୍ରଥମ ଥର ପାଇଁ ବରୁଣ ଧଓ୍ଵନଙ୍କ ସହିତ ଜାହ୍ନବୀ ନଜର ଆସିବେ।

 

View this post on Instagram

 

A post shared by Janhvi Kapoor (@janhvikapoor)

Also Read : ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ କିଆରା ଏବଂ ସିଦ୍ଧାର୍ଥ, ସରିଲାଣି କକ୍‌ଟେଲ ପାର୍ଟି ଠାରୁ ଆରମ୍ଭ କରି ରିସେପ୍ସନର ସମସ୍ତ ପ୍ରସ୍ତୁତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.