କଲେଜ କ୍ୟାମ୍ପସରେ ହିଜାବ ପରିଧାନ ନେଇ ସୁପ୍ରିମ୍‌କୋର୍ଟ ଖଣ୍ଡପୀଠଙ୍କ ଦ୍ୱିମତ, ଦୁଇ ପ୍ରକାର ମତ ରଖିଛନ୍ତି ୨ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ହିଜାବ ପରିଧାନ ମାମଲା । କଲେଜ କ୍ୟାମ୍ପସରେ ହିଜାବ ପରିଧାନ ନେଇ ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କ ଦ୍ଵିମତ । କଲେଜ କ୍ୟାମ୍ପସରେ ହିଜାବ ପରିଧାନ ବାରଣ କରିଛନ୍ତି କର୍ଣ୍ଣାଟକ ସରକାର । ମାମଲାର ଶୁଣାଣି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠରେ ହୋଇଛି । ଦୁଇ ପ୍ରକାର ମତ ରଖିଛନ୍ତି ଦୁଇ ବିଚାରପତି । ଫଳରେ ମାମଲା ପ୍ରଧାନ ବିଚାରପତିଙ୍କ ପାଖକୁ ପଠାଯାଇଛି। ଜଷ୍ଟିସ ହେମନ୍ତ ଗୁପ୍ତା ହିଜାବ ପରିଧାନ ବ୍ୟାନ ସପକ୍ଷରେ ମତ ଦେଲେ । କହିଲେ ସେଭଳି କୌଣସି ଧାର୍ମିକ ପ୍ରଥା ମୁସଲିମ ସମ୍ପ୍ରଦାୟର ନାହିଁ । ସେପଟେ ଜଷ୍ଟିସ ସୁଧାଂଶୁ ଧୂଳିଆ ହିଜାବ ବ୍ୟାନ୍‌ର ବିରୋଧରେ ମତ ରଖିଲେ ।

କହିଲେ ନାରୀ ଶିକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଗତ ଜାନୁଆରୀରୁ ହିଜାବ ବିବାଦ ଆରମ୍ଭ ହୋଇଥିଲା । କର୍ଣ୍ଣାଟକ ଉପୁଡି ଜିଲ୍ଲାରେ କିଛି ଛାତ୍ରୀ ହିଜାବ ପିନ୍ଧି ସ୍କୁଲକୁ ଆସିବା ପରେ ଦେଖାଦେଇଥିଲା ବିବାଦ । ପରେ ସାରା ରାଜ୍ୟକୁ ବ୍ୟାପିଥିଲା । ମୁସଲିମ୍‌ ଛାତ୍ରୀମାନେ ସ୍କୁଲକୁ ହିଜାବ ପିନ୍ଧି ଆସି ପାରିବେ ନାହିଁ ବୋଲି ଗତ ଫେବ୍ରୁଆରୀ ୫ ତାରିଖରେ କର୍ଣ୍ଣାଟକ ସରକାର ନିର୍ଦ୍ଦେଶନାମା ଲାଗୁ କରିଥିଲେ । ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କିଛି ମୁସଲିମ୍‌ ଛାତ୍ରୀ । ଗତ ମାର୍ଚ୍ଚ ମାସରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଆଦେଶକୁ କାଏମ ରଖିଥିଲେ । ପରେ ମାମଲାସୁପ୍ରିମକୋର୍ଟ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.