Below header

ଦିନକ ପୂର୍ବରୁ ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ଯାଏ ଗୃହକୁ ମୁଲତବୀ କଲେ ବାଚସ୍ପତି

କେନ୍ୟୁଜ(ବ୍ୟୁରୋ): ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ସରିଲା ବିଧାନସଭା ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ଯାଏ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ମୋଟ୍‌ ୮ଟି କାର୍ଯ୍ୟ ଦିବସରେ ୭ଟି ବିଲ୍‌ ପାରିତ ହୋଇଛି । ବିଧାନସଭାରେ ଆଜି ୫ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ କରାଯାଇଛି । ୪ ଦିନର ବିତର୍କ ପରେ ଆଜି ବହୁ ହଙ୍ଗାମା ଭିତରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୦ ପାରିତ ହୋଇଛି । ସେହିଭଳି ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍‌, ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍‌ ୨୦୨୦, ଓଡ଼ିଶା ପୌର ବିଧି ସଂଶୋଧନ ବିଲ୍‌ ଏବଂ ଶିଳ୍ପ ବିବାଦ ସଂଶୋଧନ ବିଲ୍‌ ପାରିତ ହୋଇଛି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.