ହୋଟେଲରେ ସାଙ୍ଗ ସହ ଅସଞ୍ଜତ ଅବସ୍ଥାରେ ସ୍ତ୍ରୀକୁ ଧରିଲେ ସ୍ୱାମୀ, ଆଉ ତା’ପରେ…; ଭାଇରାଲ ହେଉଛି ଭିଡିଓ

ହୋଟେଲ ରୁମ୍‌ରେ ସ୍ତ୍ରୀଙ୍କୁ ଅନ୍ୟ ପୁରୁଷ ସହ ରଙ୍ଗେହାତ ଧରିଛନ୍ତି ସ୍ୱାମୀ। ସ୍ତ୍ରୀଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖି ସ୍ୱାମୀ ରାଗି ପାଚି ନାଲି ହୋଇଯିବା ସହ ସ୍ତ୍ରୀଙ୍କୁ ଚପଲରେ ମନ ଇଚ୍ଛା ପିଟିଛନ୍ତି। ତାଙ୍କ ରାଗ ଏତିକିରେ ଥମିଥିଲା। ସେ ସମସ୍ତ ଘଟଣାର ଭିଡିଓ ବି କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଭିଡିଓ ଭାଇରାଲ ହେବା ପରେ ଉକ୍ତ ମହିଳା ଓ ତାଙ୍କ ବାପ ଘର ଲୋକଙ୍କ ସହ ଯୋଗାଯୋଗ କରିଛି ପୋଲିସ। କିନ୍ତୁ ସେମାନେ ଏଯାଏଁ କିଛି ଉତ୍ତର ଦେଇନାହାନ୍ତି।

ରିପୋର୍ଟ ମୁତାବକ ଆଗ୍ରାର ତାଜଗଞ୍ଜ ଅଞ୍ଚଳରେ ମଙ୍ଗଳବାର ଦିନ ଜଣେ ମହିଳା ସ୍ୱାମୀଙ୍କ ସାଙ୍ଗ ସହ ହୋଟେଲକୁ ଆସିଥିଲେ। ହୋଟେଲରୁ ମିଳିଥିବା ସୂଚନା ଅନୁସାରେ ସେମାନେ ଆଇଡି ନ ଦେଖାଇ ଘଣ୍ଟା ହିସାବରେ ରୁମ୍‌ ନେଇଥିଲେ। ସ୍ୱାମୀଙ୍କୁ ପୂର୍ବରୁ ସ୍ତ୍ରୀ ଉପରେ ସନ୍ଦେହ ଥିଲା। କିଛି ସମୟ ପରେ ସେ ରୁମ୍‌ର କବାଟ ବାଡେଇ ଥିଲେ। ମହିଳାଙ୍କ ପ୍ରେମିକ କବାଟ ଖୋଲିବାରୁ ସାମ୍ନାରେ ପ୍ରେମିକାଙ୍କ ସ୍ୱାମୀ ଥିଲେ। ସେ ତାଙ୍କୁ ଦେଖି ଧକ୍କା ଦେଇ ସେଠାରୁ ଦୌଡ଼ି ପଳାଇଥିଲେ। ସ୍ୱାମୀ ଭିତରକୁ ଆସି ଦେଖିବା ବେଳକୁ ସ୍ତ୍ରୀ ଅସଞ୍ଜତ ଅବସ୍ଥାରେ ବେଡ୍‌ରେ ଶୋଇଥିଲେ। ସ୍ୱାମୀ ତାଙ୍କୁ ଏଭଳି ଅବସ୍ଥାରେ ଦେଖି ପ୍ରବଳ ଗାଳି ଦେଇଥିଲେ।

extra2

କିଛି ସମୟ ପରେ ସେଠାରେ ତାଙ୍କ ପରିବାର ଲୋକ ପହଞ୍ଚିଥିଲେ। ପରିବାର ଲୋକ ମଧ୍ୟ ବୋହୂକୁ ଏଭଳି ଅବସ୍ଥାରେ ଦେଖି ପ୍ରବଳ ରାଗିଯାଇଥିଲେ। ସ୍ୱାମୀ ପରିବାରର ଜଣେ ସଦସ୍ୟଙ୍କୁ ଏସବୁର ସୁଟିଂ କରିବାକୁ କହିଥିଲେ। ପାଟିତୁଣ୍ଡ ଶୁଣି ହୋଟେଲ କର୍ମଚାରୀ ଆସି ସେମାନଙ୍କୁ ବାହାରକୁ ଯିବାକୁ କହିଥିଲେ। ଏହା ପରେ ସ୍ୱାମୀ ରାଗି ଯାଇ ଚପଲ ଖୋଲି ସ୍ତ୍ରୀଙ୍କୁ ପିଟିବାକୁ ଲାଗିଥିଲେ। ସେ ସ୍ତ୍ରୀଙ୍କ ମୁହଁକୁ ଚପଲରେ ପ୍ରବଳ ପିଟିଥିଲେ। ମାମଲା ଥାନାରେ ପହଞ୍ଚିଥିଲା। ପୋଲିସର ହସ୍ତକ୍ଷେପ ପରେ ମହିଳାଙ୍କ ବାପ ଘର ଲୋକଙ୍କୁ ବି ଡକାଯାଇଥିଲା। ପୋଲିସ ଉଭୟପକ୍ଷ ମଧ୍ୟରେ ବୁଝାମଣା କରିଥିଲା। ମହିଳା ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମନା କରିଥିଲେ।

ମାତ୍ର ଗୁରୁବାର ଦିନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏକ ମିନିଟରୁ ଅଧିକ ସମୟର ଏହି ଭିଡିଓରେ ଏକାଧିକ ଲୋକଙ୍କ ସ୍ୱର ଶୁଣିବାକୁ ମିଳିଛି। ଭିଡିଓ ବିଷୟରେ ଜାଣିବା ପରେ ପୋଲିସ ମହିଳାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବା ଜଣାଯାଇଛି।