ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ଭାଇ ଅନିଲ୍ ଦେବଗନ୍ଙ୍କ ପରଲୋକ

ବଲିଉଡ୍ ଅଭିନେତା ଅଜୟ ବେବଗନ୍ଙ୍କ ଭାଇ ଅନିଲ୍ ଦେବଗନ୍ଙ୍କ ସୋମବାର ରାତିରେ ପରଲୋକ ଘଟିଛି । ସୋସିଆଲ୍ ମିଡିଆରେ ନିଜ ଭାଇଙ୍କ ଫଟୋ ସହ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ଅଜୟ ଦେବଗନ୍ । କରୋନା ଯୋଗୁ ଘରେ ଶୋକ ସଭା ପାଳନ କରିହେବ ନାହିଁ ବୋଲି ମଧ୍ୟ ଅଜୟ ସୂଚନା ଦେଇଛନ୍ତି ।
ଟୁଇଟ୍ରେ ସେ ଆହୁରି ଲେଖିଛନ୍ତି ଯେ ଭାଇଙ୍କର ଏହି ଅକାଳ ବିୟୋଗ ଆମ ପରିବାର ଲୋକଙ୍କ ହୃଦୟ ଭାଙ୍ଗି ଦେଇଛି । ସବୁଦିନ ମୁଁ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରିବି ବୋଲି ଅଜୟ ଟୁଇଟରେ ଲେଖିଛନ୍ତି ।
I lost my brother Anil Devgan last night. His untimely demise has left our family heartbroken. ADFF & I will miss his presence dearly. Pray for his soul. Due to the pandemic, we will not have a personal prayer meet🙏 pic.twitter.com/9tti0GX25S
— Ajay Devgn (@ajaydevgn) October 6, 2020
ଅନିଲ୍ ଦେବଗନ୍ ଅଜୟ ଦେବଗନ୍ଙ୍କ ‘ରାଜୁ ଚାଚା ଓ ବ୍ଲାକମେଲ୍’ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । ସେ ଫିଲ୍ମ ‘ସନ୍ ଅଫ୍ ସର୍ଦାର’ର ମଧ୍ୟ କ୍ରିଏଟିଭ୍ ଡାଇରେକ୍ଟର ଥିଲେ ।