Below header

କେରଳ ଛୁଇଁବା ପରେ ଦୁର୍ବଳ ମୌସୁମୀ, ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅସହ୍ୟ ତାତି

ଭୁବନେଶ୍ବର(କେନ୍ୟୁଜ୍‌): କେରଳ ଛୁଇଁବା ପରେ ଦୁର୍ବଳ ମୌସୁମୀ। ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅସହ୍ୟ ତାତି। ଓଡ଼ିଶା ପାଇଁ ପାଗ ଅନୁକୂଳ ହେଉନାହିଁ। ଫଳରେ ତାତିରୁ ନିସ୍ତାର ମିଳୁନି। ଆସନ୍ତା ୩ ଦିନ ଯାଏ ଆହୁରି ଜାରି ରହିବ ଅସହ୍ୟ ତାତି।

ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ଥିବାବେଳେ ଅଧିକାଂଶ ସ୍ଥାନରେ ୪୩ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି ତାପମାତ୍ରା। ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକ।

ପାଣିପାଗ ବିଭାଗ କହିଛି, ଜୁନ୍‌ ୧୧ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ଏବର୍ଷ ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ କେରଳରେ ପହଞ୍ଚିଥିଲା ମୌସୁମୀ ବାୟୁ । ତାପରେ ମନ୍ଥର ଗତିରେ ଆଗକୁ ବଢୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.