ବର୍ବରତାର ଭୟଙ୍କର କାହାଣୀ: ସ୍ତ୍ରୀ ସରକାରୀ ଚାକିରି ପାଇବା ପରେ ହାତ ହାଣିଦେଲା ସ୍ୱାମୀ

ନୂଆଦିଲ୍ଲୀ: ସ୍ତ୍ରୀ ଚାକିରି ପାଇଲେ କେଉଁ ସ୍ୱାମୀ ବା ଖୁସି ନହେବ। ଯଦି ସରକାରୀ ଚାକିରି ହୋଇଥିବ, ତା’ହେଲେ ଭାଗ୍ୟ ଖୋଲିଗଲା ବୋଲି କୁହାଯିବ। ତବେ ପଶ୍ଚିମବଙ୍ଗରେ ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୂର୍ବ ବର୍ଡୱାନ୍ ଜିଲ୍ଲାରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କ କାମ ଆରମ୍ଭ କରିବାରେ ଏତେ ଅସନ୍ତୋଷଜନକ ମନେ କଲେ ଯେ ସେ ତାଙ୍କ ପତ୍ନୀଙ୍କ ହାତ କାଟିଦେଲେ। ଆଘାତ ଏତେ ଭୟଙ୍କର ଥିଲା ଯେ ହାତଟି ପାପୁଲିରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା।

ଏହି ଘଟଣା ପୂର୍ବ ବର୍ଡୱାନ ଜିଲ୍ଲାର କେତୁଗ୍ରାମରୁ ଆସିଛି। ପୀଡିତା ମହିଳା ରେଣୁ ଖାତୁନ ଏକ ସରକାରୀ ଡାକ୍ତରଖାନାରେ ନର୍ସ ଭାବରେ କାର୍ଯ୍ୟ କରନ୍ତି। ଏଭଳି ପରିସ୍ଥିତିରେ ସ୍ୱାମୀ ମହମ୍ମଦ ଶେଖ ଭୟଭୀତ ହେବାକୁ ଲାଗିଲେ ଯେ ଯଦି ତାଙ୍କ ପତ୍ନୀ ଚାକିରି ଆରମ୍ଭ କରନ୍ତି ତେବେ ସେ ତାଙ୍କଠାରୁ ଦୂରେଇ ଯିବେ ଏବଂ ତାଙ୍କୁ ଛାଡିଯିବେ। ଏହା ପରେ ସେ ଅନ୍ୟ ପୁରୁଷ ସହିତ ବିବାହ କରିବେ।

ଯେତେବେଳେ ରେଣୁ ଖାତୁନ ପ୍ରତିଦିନ ଚାକିରିକୁ ଯିବା ଆରମ୍ଭ କଲେ, ସେତେବେଳେ ତାଙ୍କ ସ୍ୱାମୀ ମହମ୍ମଦ ଶେଖଙ୍କ ସନ୍ଦେହ ବଢ଼ିବାରେ ଲାଗିଲା । ଅନ୍ୟପଟେ ଶେଖଙ୍କ ବନ୍ଧୁମାନେ ତାଙ୍କୁ ଉତ୍ତେଜିତ କରିବା ପାଇଁ କାର୍ଯ୍ୟ କରିଥିଲେ। କାରଣ ସେମାନେ ସବୁବେଳେ ଶେଖଙ୍କୁ କହିଥିଲେ ଯେ ଦିନେ ତାଙ୍କ ପତ୍ନୀ ତାଙ୍କୁ ଛାଡି ଅନ୍ୟ ପୁରୁଷକୁ ବିବାହ କରିବେ।

ରେଣୁ ଖାତୁନ କହିଛନ୍ତି ଯେ ଯେତେବେଳେ ମୋର ନାମ ସରକାରୀ ଚାକିରିରେ ଆସିଲା, ସ୍ୱାମୀ ଭାବି ସାରିଥିଲେ ଲେ ଯେ ସେ ତାଙ୍କୁ ଏହି କାମ କରିବାକୁ ଦେବେ ନାହିଁ। ମୁଁ ତାଙ୍କୁ ଅନେକ ଥର ବୁଝାଇଥିଲି କିନ୍ତୁ ଏହାକୁ ନେଇ ଆମ ଭିତରେ ଝଗଡା ହୋଇଥିଲା। ଦିନେ ଯେତେବେଳେ ମୋତେ ଦୁର୍ଗାପୁର ଯିବାକୁ ପଡିଲା ଏହା ପୂର୍ବରୁ ମୋ ସ୍ୱାମୀ ମୋତେ ଘରକୁ ଡାକିଲେ। ତାଙ୍କ ମନରେ କ’ଣ ଥିଲା ମୁଁ ସମ୍ପୂର୍ଣ୍ଣ ଅବଗତ ନଥିଲି। ରାତି ୧୦ ଟାରେ ଖାଇସାରିବା ପରେ ଯେତେବେଳେ ମୁଁ ଶୋଇପଡ଼ିଲି ମୁଁ ରାତିରେ ଦୁଇଥର ଆଖି ଖୋଲି ଦେଖିଲି ଯେ ସେ ବାରମ୍ବାର ୱାଶରୁମ୍ କୁ ଯାଉଛନ୍ତି ।ପଚରାଯିବାରୁ ସେ କହିଥିଲେ ଯେ ତାଙ୍କ ପେଟରେ ଯନ୍ତ୍ରଣା ହେଉଛି।

ପୀଡିତା ଜଣାଇଛନ୍ତି ଯେ ଅଳ୍ପ ସମୟ ମଧ୍ୟରେ ମୁଁ ଅନୁଭବ କଲି ଯେ ଶୋଇଥିବା ସମୟରେ ସ୍ୱାମୀ ନିଜ ସାଥୀ ସହ ତାଙ୍କ ରୁମ ଭିତରକୁ ପଶି ପ୍ରଥମେ ତାଙ୍କୁ ମୁହଁକୁ ଏକ ତକିଆ ସାହାଯ୍ୟରେ ଚାପି ଧରିଥିଲେ । ଯାହାଦ୍ୱାରା ରେଣୁଙ୍କ ଚିତ୍କାର ବାହାରକୁ ଆସି ପାରିବ ନାହିଁ । ଏହାପରେ ତାଙ୍କ ଡାହାଣ ହାତ ପାପୁଲି କାଟି ଦେଇଥିବା ପୀଡିତା କହିଛନ୍ତି । ସମୁଦାୟ ତିନି ଜଣ ଥିଲେ ସେମାନେ ମୋର ସମସ୍ତ ଡକ୍ୟୁମେଣ୍ଟ ମଧ୍ୟ ନିଆଯାଇଥିଲେ । ତେବେ ଅଭିଯୁକ୍ତଙ୍କୁ ସେ ଚିହ୍ନି ପାରିବେ ବୋଲି ମଧ୍ୟ ପୋଲିସକୁ ବୟାନ ଦେଇଛନ୍ତି । ତେବେ ଚାକିରି କରାଇ ନଦେବା ଉଦ୍ଦେଶ୍ୟରେ ତାଙ୍କ ହାତ କାଟି ଦେଇଥିବା କହିଛନ୍ତି ରେଣୁଙ୍କ ଭାଇ ରିପନ ଶେଖ ।

ଏମିତି କାଣ୍ଡ ଘଟାଇବା ପରେ ନିଜେ ରେଣୁଙ୍କୁ ମେଡିକାଲ ନେଇ ଯାଇଥିଲା ମହମ୍ମଦ । ତେବେ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଇବା ପରେ ସେଠାରୁ ଫେରାର ହୋଇଯାଇଥିବା ପୋଲିସ ତରଫରୁ ଜାଣିବାକୁ ମିଳିଛି । ଏହି ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପଶ୍ଚିମବଙ୍ଗ ମହିଳା ଆୟୋଗ ମଧ୍ୟ ଏହି ମାମଲାକୁ ସଙ୍ଗୀନ ଭାବେ ଯାଞ୍ଚ ପାଇଁ ଦାବି କରିଛି । ଏହା ସହିତ ମହିଳାଙ୍କୁ ଉଚିତ ନ୍ୟାୟ ଏବଂ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.