ଆଗକୁ ପଡିବ ଉଲକା, ପ୍ରସ୍ତୁତ ରୁହନ୍ତୁ କହିଲେ ଭବିଷ୍ୟକାର

ବର୍ତ୍ତମାନ ସମୟରେ ସମୟକୁ ନେଇ ଅନେକ କିଛି ପ୍ରେଡିକ୍ସନ କରାଯାଉଛି । ଆଉ ଏହି ଭବିଷ୍ୟବାଣୀ ସହ ଆମେ ବଞ୍ଚୁଛେ କହିଲେ ଅତୃକ୍ତି ହେବ ନାହିଁ । କିନ୍ତୁ ବେଳେ ବେଳେ ଏପରି କିଛି କଥା କୁହାଯାଉଚି ଯାହା ବିଶ୍ୱାସ ଯୋଗ୍ୟ ନୁହେଁ କିନ୍ତୁ ବିଶ୍ୱାସ ନକରିବି ତ ରହିହେଉନି । ଏହାର ବଡ ଉଦାହରଣ ଏବେର ସମୟ । ବର୍ତ୍ତମାନ ଆଉ ଏକ କଥା ସାମନାକୁ ଆସିଛି ଯାହା ଶୁଣିଲେ ଆପଣ ଭୟ କରିବେ ।

ଟାଇମ ମେସିନ । ଏହାର ନାମ ହିଁ ଯଥେଷ୍ଟ । କାରଣ ଆପଣ ଜାଣନ୍ତି କି ଟାଇମ ମସିନକୁ ନେଇ ଅନେକ ଥର ଅନେକ ଦାବି କରାଯାଇଛି ଓ ଏହାକୁ ନେଇ ଫିଲ୍ମ ମଧ୍ୟ ବନିସାରିଛି କିନ୍ତୁ ଏହାକୁ ନେଇ ଜଣେ ବ୍ୟକ୍ତି ଏବେ ଦାବି କରିଛନ୍ତି ିକି ଏହା ୨୨୩୬ରୁ ଆସିଛି । ଏହା ସହ ସେ ଆହୁରି ବି କହିଛନ୍ତି କି ଚଳିତ ବର୍ଷ ୟୁରୋପ ଉପରେ ଏକ ଭଯଙ୍କର ଉଲକା ପିଣ୍ଡ ପଡିବ । ତା ସହିତ ଏହା ବହୁତ ବଡ ସଂଖ୍ୟାରେ ଲୋକଙ୍କର ଜୀବନ ନେଇପାରେ ବୋଲି କୁହାଯାଉଛି ।

ଏକ ଖବର ମୁତାବକ ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତି ଏହା ଦାବି କରିଛନ୍ତି କି ସେ ଭବିଷ୍ୟରୁ ଆସିଛନ୍ତି । ଟିକଟାକ ଟାଇମ ଟ୍ରାଭେଲର ବୁମର ଫଲୋଅର୍ସ ବହୁ ଶୀଘ୍ର ବଢିବାରେ ଲାଗିଛନ୍ତି । ସେ ଏହି କିଛିଦିନ ହେବ ଦୁନିଆକୁ ନେଇ ଭବିଷ୍ୟବାଣୀ କରୁଛନ୍ତି । ଯେଉଁଥିରେ ୟୁରୋପକୁ ନେଇ ଏକ ଆଶ୍ଚର୍ଯ୍ୟକର କଥା ସେ କହିଛନ୍ତି । ଏହି ନାମ ବିହିନ ଟାଇମ ଜମ୍ପର ନିଜ ଦାବିକୁ ନେଇ ଲୋକଙ୍କ ନଜରରେ ସବୁବେଳେ ରହିଛି ।

ଏବେ ଏବେ ଏକ ଭିଡିଓରେ ଟିକଟକର ଜଣକ କହିଛନ୍ତି କି ସେ ବର୍ଷ ୨୨୩୬ରୁ ଅଟନ୍ତି । ସେ କହିଛନ୍ତି କି ୨୦୨୨ରେ ଅନେକ ଘଟଣା ସାମନାକୁ ଆସିବ । ଏମିତିକି ସେ କହିଛନ୍ତି କି ବହୁ ଲୋକ ଏବେ ବି ମୋ ଉପରେ ବିଶ୍ୱସ କରୁନାହାନ୍ତି । ସେ ୨୨୩୬ର ବାସ୍ତବିକ ଟାଇମ ଟ୍ରାଭେଲର ବୋଲି ନିଜକୁ କହୁଛନ୍ତି । ତା ସହିତ ବର୍ଷ ୨୦୨୨ରେ ଘଟିବାକୁ ଯାଉଥିବା ଘଟଣା ସମ୍ପର୍କରେ ଚେତାବନୀ ଦେବାକୁ ଆସିଥିବା କହିଛନ୍ତି ବ୍ୟକ୍ତି ଜଣକ । ସେ ଅନେକ ଭବିଷ୍ୟବାଣୀ କରିଛନ୍ତି ଆଉ ତା ମଧ୍ୟରୁ ଗୋଟିଏ ହେଉଛି ୧୨ ଅକ୍ଟୋବରକୁ ଡେକ୍ରୋନେଡସ ନାମକ ଏକ ଘାତକ ଉଲକା ୟୁରୋପ ଉପରେ ପଡିବ । ଯେଉଁଥିରେ ଅନେକ ଲୋକେ ପ୍ରଭାବିତ ହେବେ, ହନ୍ତସନ୍ତ ବି ହେବେ ।

ସର୍ବପ୍ରଥମେ ସେ ଏହା ଦାବି କରିଛନ୍ତି କି ଅଜକର୍ସ ନାମକ ଏକ ବାହରି ପ୍ରଜାତି ସହ ସେ ସମ୍ପର୍କ କରିବାକୁ ଯାଉଛନ୍ତି । ସେ ଆହୁରି କହିଛନ୍ତି କି ୭ଜୁଲାଇକୁ ଅଲାସ୍କାର ଦକ୍ଷିଣ ଗିଦକୁ ଟଚଡାଉନ ହେବ । ଏହା ପରେ ୧୩ଅଗଷ୍ଟକୁ ଷ୍ଟେକ ନାମକ ଏକ ହ୍ୟାକର ତାର ପାଦୁର୍ଭାବ ଦେଖାଇବ । ସୋସିଆଲ ମିଡିଆ ବିରୁଦ୍ଧରେ ଆସିବା ସହ ୩୬.୭ମିଲିୟନରୁ ଅଧିକ ଟିକଟାକ ଖାତାକୁ ହଟାଇଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.