Below header

କେନ୍ଦ୍ରାପଡ଼ା: ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ, ୧୦ରୁ ଅଧିକ ଆହତ

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍):  ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ବିବାଦରେ ୧୦ରୁ ଅଧିକ ଆହତ। ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଗାଁ ଜେନାସାହିରେ ଗୋଷ୍ଠୀ ବିବାଦରୁ ସଂଘର୍ଷ। ଗାଁରେ ଆଜି ହୋଲି ଖେଳ ଚାଲିଥିବା ବେଳେ ପୂର୍ବ ଶତ୍ରୁତା ଉଗ୍ରରୂପ ନେଇଥିଲା। ଦୁଇଗୋଷ୍ଠୀର ଲୋକ ପରସ୍ପରକୁ ପାଇପ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ଦୁଇ ପକ୍ଷରୁ ୧୦ରୁ ଅଧିକ ପୁରୁଷ ଓ ମହିଳା ଆହତ ହୋଇଥିଲେ।

groupclash

ସେମାନଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୭ଜଣଙ୍କ ଅବସ୍ଥା ଗୁରୁତର ହେବା ପରେ ସେମାନଙ୍କୁ କଟକ ଏସସିିବିକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.