ଆଦିଶକ୍ତି ଖଲ୍ଲାରୀ ମାତାଙ୍କୁ ଦର୍ଶନ କରନ୍ତୁ ଓ ସବୁ ଦୁଃଖ କଷ୍ଟକୁ ଦୂର କରନ୍ତୁ

ଛତିଶଗଡ ଜିଲ୍ଲା ମୁଖ୍ୟାଳୟରୁ ୨୨କି.ମି ଦୂରରେ ଏନଏଚ୍‌ ୩୫୩ରୁ ୨କି.ମି ଦୂର ଭିମଖୋଜ ସ୍ଥିତ ପାହାଡରେ ଆଦିଶକ୍ତି ଖଲ୍ଲାରୀ ମାତାଙ୍କ ପ୍ରତିମା ସ୍ଥାପନ କରାଯାଇଛି। ଏହାର ଲୋକପ୍ରିୟତା ବହୁ ଦୂର ପର୍ଯ୍ୟନ୍ତ ବ୍ୟାପିଛି। ଏହି ମନ୍ଦିରଟି ଉଚ୍ଚା ପାହାଡ ଉପରେ ରହିଛି। ଏଠାକୁ ଯିବା ପାଇଁ ହେଲେ ଆପଣଙ୍କୁ ଅନେକ ସିଡି ଚଢ଼ିବାକୁ ପଡିବ। ଶ୍ରଦ୍ଧାଳୁମାନେ ମାତାଙ୍କ ଦର୍ଶନ ପାଇଁଁ ଏଠାରେ ଅନେକ ମାତ୍ରାରେ ସମାଗମ ହୋଇଥାନ୍ତି। ବର୍ତ୍ତମାନ ଏଠାରେ ୨୧୫୨ ମନୋକାମନା ଜ୍ୟୋତି ପ୍ରଜ୍ୱଳିତ ହେଉଛି।

ପ୍ରତିବର୍ଷ ଚୈତ୍ର ନବରାତ୍ର ସମୟରେ ମାତାଙ୍କର ଅପୂର୍ବ ଦୃଶ୍ୟକୁ ଦର୍ଶନ କରିବା ପାଇଁ ଏଠାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ। ସବୁବର୍ଷ ଚୈତ୍ରମାସ ପୂର୍ଣ୍ଣିମା ଅବସରରେ ବାର୍ଷିକ ମେଳା ଲାଗିଥାଏ । ମାନତ୍ୟା ରହିଛି ଯେ ମହାଭାରତ ସମୟରେ ପାଣ୍ଡବ ଯେତେବେଳେ ବନବାସ କରିବାକୁ ଜଙ୍ଗଲକୁ ଆସିଥିଲେ ସେ ସମୟରେ ସେ ଏହି ପାହାଡରେ ରହିଥିଲେ। ଏଠାରେ ଭିମଙ୍କ ପାଦଚିହ୍ନ ଦେଖିବାକୁ ମିଳିଥାଏ।

ଚୈତ୍ରମାସରେ ଏଠାରେ ୩ଦିନ ଧରି ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଏଠାରେ ବହୁ ଦୂରରୁ ଭକ୍ତ ଆସିଥାନ୍ତି। ଏହି ମନ୍ଦିରରେ ଭକ୍ତମାନେ ସର୍ବସିଦ୍ଧି ପ୍ରାପ୍ତ କରିବାର ବିଶ୍ୱାସ ରହିଛି। ମାତାଙ୍କ କୃପାରେ ଭକ୍ତମାନଙ୍କ ସବୁ କଷ୍ଟ ଦୂର ହୋଇଥାଏ। ହିମାଳୟର ନନ୍ଦାପର୍ବତରେ ମାତାଙ୍କର ପ୍ରସିଦ୍ଧ ତୀର୍ଥ ରହିଛି। ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି ଭଳି ୮ଟି ସିଦ୍ଧି ଦେବୀଙ୍କ ଆରଧନା ଏଠାରେ କରାଯାଏ। ବିଶ୍ୱାସ ରହିଛି ଯେ ଭଗବାନ ଶିବ ମଧ୍ୟ ମାତାଙ୍କ ଏହି କୃପାରେ ଅନେକ ସିଦ୍ଧି ପ୍ରାପ୍ତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.