Below header

ସମ୍ବଲପୁର: ଧନୁପାଲି ପୋଲିସ ଓ ସମ୍ବଲପୁର ପୋଲିସର ମିଳିତ ଚଢାଉ, ଦୁଇ ଜାଗରେ ସେକ୍ସ ରାକେଟ ଠାବ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ସେକ୍ସ ରାକେଟ ଠାବ। ଆଜି ସମ୍ବଲପୁର ପୋଲିସର ଏକ ସ୍‌ୱତନ୍ତ୍ର ଟିମ ଏବଂ ଧନୁପାଲି ପୋଲିସ ଅତର୍କିତ ଭାବେ ଚଢାଉ କରି ଦୁଇଟି ସେକ୍ସ ରାକେଟକୁ ଠାବ କରିଛି।  ସହରର ଧନକଉଡା ଏବଂ ପୁଟୀବନ୍ଧର ଏକ ଘରେ ଏହି କାରବାର ଚାଲୁଥିଲା। ପୋଲିସକୁ ଏନେଇ ସ୍ଥାନୀୟ ଲୋକେ ଖବର ଦେଇଥିଲେ।

sambalpur

ଆଜି  ହଠାତ୍ କେହି କିଛି ଜାଣିବା ପୂର୍ବରୁ ଏହି ଚଢ଼ାଉ କରିଥିଲା ପୋଲିସ। ଦୁଇଟି ଯାକ ଘରୁ ୨ ଜଣ ଲେଖାଏଁ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିବା ସହ ୩ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଏହା ସହ ଦୁଇଟି ସ୍ଥାନର ଘରକୁ ସିଲ କରିବା ସହ ଘର ମାଲିକ ମାନଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.