କଟକ ସହରରେ ପୁଣି ଧରା ହେଲା ସେକ୍ସ ରାକେଟ, ଘର ମାଲିକ ଓ ଜଣେ ମହିଳାଙ୍କ ସମେତ ଦୁଇ ଗ୍ରାହକଙ୍କୁ ଗିରଫ କଲା ପୋଲିସ

କଟକ(କେନ୍ୟୁଜ୍):  ଦୀର୍ଘ ଦିନ ପରେ କଟକ ସହରରେ ପୁଣି ଧରା ହେଲା ସେକ୍ସ ରାକେଟ। ଜନଗହଳିପୂର୍ଣ୍ଣ ଅଞ୍ଚଳ ରାଣୀହାଟ ଛକରେ ଥିବା ଏକ ଘରୁ ସେକ୍ସ ରାକେଟ ଠାବ କରିଛି ମଙ୍ଗଳାବାଗ ଥାନା ପୋଲିସ। ଦୁଇ ଜଣ ଗ୍ରାହକ, ଘର ମାଲିକ ଓ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ଘର ମାଲିକ ସୁକାନ୍ତ ନାୟକ ନିଜେ ଏହି ସେକ୍ସ ରାକେଟ ଚଲାଉଥିଲା।

ଘର ଭିତରୁ କିଛି ଆପତ୍ତିଜନକ ଜିନିଷ ଜବତ କରିଛି ପୋଲିସ। ତେବେ ମହିଳାଙ୍କୁ ବସୁନ୍ଧରାରେ ଛଡାଯାଇଥିବା ବେଳେ ଗ୍ରାହକ ଓ ଘର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି। ତେବେ ଏହି ଘରେ କିଛି ବର୍ଷ ପୂର୍ବରୁ ସେକ୍ସ ରାକେଟ ଠାବ କରିଥିଲା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.