Below header

୨୨ଟି ଦିନ ମଜୁରିଆ ପଦବୀ ପାଇଁ ଡିଗ୍ରୀଧାରୀଙ୍କ ଲମ୍ବା ଲାଇନ୍‌, ଖରାରେ ଠିଆ ହେଲେ ଦିନସାରା

ନବରଙ୍ଗପୁର (କେନ୍ୟୁଜ୍‌) :  ନବରଙ୍ଗପୁର କୋର୍ଟପରିସରରେ ଦେଖାଦେଇଛି ବେକାରୀ ସମସ୍ୟାର ଏକ ଜ୍ୱଳନ୍ତ ପ୍ରତିଛବି । ମାତ୍ର ୨୨ଟି ଦିନ ମଜୁରିଆ ପଦବୀ ପାଇଁ ଆବେଦନ କରିବାକୁ ଯାଇଥିଲେ ହଜାର ହଜାର ପ୍ରାର୍ଥୀ । ଏମିତି ହେଲା ଯେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା ।

court

ସୂଚନାନୁଯାୟୀ, ୨୦୨୧ ମାର୍ଚ୍ଚ ୩ ତାରିଖ ରେ ନବରଙ୍ଗପୁର ଜିଲ୍ଲା ଦୌରାଜର୍ଜ ଅଦାଲତରେ ମାତ୍ର ୬ ମାସ ପାଇଁ ଗ୍ରୁପ ଡି ରେ ୨୨ ଟି ଦିନ ମଜୁରିଆ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ସେଥିପାଇଁ ଅଷ୍ଟମ ଶ୍ରେଣୀ ପାସ କରିଥିବା ସହ ଆବେଦନ କାରୀ ଭରତୀୟ ନାଗରିକ ହେଇଥିବ ଉଲ୍ଲେଖ ଥିଲା । ଏଥିପାଇଁ ପ୍ରାର୍ଥୀଙ୍କୁ ସିଧାସଳଖ walk ‘n”  interview ରେ ଭାଗ ନେବାକୁ ବିଜ୍ଞାପନ ପ୍ରକାଶ ପାଇଥିଲା । ଆଜି ଏହି ନିଯୁକ୍ତି ପ୍ରକ୍ରିୟା ରେ ଭାଗ ନେବାପାଇଁ ଓଡିଶା ର କୋଣ ଅନୁକୋଣ ରୁ ହଜାର ହଜାର ସଂଖ୍ୟା ରେ ନବରଙ୍ଗପୁର ରେ ଭିଡ଼ ଜମେଇଥିଲେ । ତେବେ କୋର୍ଟ କର୍ତ୍ତୃପକ୍ଷ ଏତେ ସଂଖ୍ୟାରେ ପ୍ରାର୍ଥୀ ଆସିବା କଳନା କରିନଥିଲେ ।

ତେଣୁ ସବୁ କିଛି ଅବ୍ୟବସ୍ଥା ଭିତରକୁ ଚାଲି ଯାଇଥିଲା। ନା ଥିଲା ସାମାଜିକ ଦୂରତା ,ନା ଥିଲା ସାନିଟାଇଜ ର ବ୍ୟବସ୍ତା ।  ସବୁଠାରୁ ଦୁଃଖର କଥା ଆସିଥିବା ପ୍ରାର୍ଥୀମାନେ ଟାଣ ଖରାରେ ବହୁ ସମୟ ଧରି ଲମ୍ବା ଲାଇନରେ ଠିଆ ହେଇଥିଲେ ଏବଂ ପିଇବା ପାଣି ର ମଧ୍ୟ ବ୍ୟବସ୍ତା ନଥିଲା । ବହୁଦିନ ପରେ ଏକ ନିଯୁକ୍ତି ବହାରିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଦିନର ଏହି ଦୃଶ୍ୟ ବୟାନ କରିଥିଲା ବେକାରୀ ସମସ୍ୟା କେତେ ଗମ୍ଭୀର ହୋଇପଡ଼ିଛି ବୋଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.