କେନ୍ଦୁଝର: ବଡ଼ବିଲ ପୋଲିସକୁ ମିଳିଛି ବଡ ସଫଳତା, ଲୁହାପଥର ଚୋରା ଚାଲାଣ ବେଳେ ୪ଟି ଟ୍ରେଲର ଜବତ ସହ ୬ ଗିରଫ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସକୁ ମିଳିଛି ବଡ ସଫଳତା। ଲୁହାପଥର ଚୋରା ଚାଲାଣ ବେଳେ ୪ଟି ଟ୍ରେଲର, ଗୋଟିଏ ଲୋଡର ଓ ଏକ ବାଇକ ଜବତ ହୋଇଥିବା ସମୟରେ ୬ଜଣଙ୍କୁ ଗିରଫ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ବଡ଼ବିଲ ରେଳ ସାଇଡିଂରେ ଖଣି ବିଭାଗ ଦ୍ଵାରା ଜବତ ହୋଇ ବିପୁଳ ପରିମାଣର ଲୁହାପଥର ଗଛିତ ରହିଥିଲା ଯାହାକୁ କିଛି ମାଫିଆ ମିଥ୍ୟା କାଗଜପତ୍ର ତିଆରି କରି ଟ୍ରେଲର ଦ୍ୱାରା ଚୋରା ଚାଲାଣ କରାଯିବାକୁ ଉଦ୍ୟମ ହୋଇଥିଲା।

ତେବେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପକ୍ଷରୁ ସେହି ସ୍ଥାନରେ ରେଡ଼ କରାଯାଇଥିଲା। ପୋଲିସ ପହଁଚିବା ବେଳକୁ ୨ଟି ଟ୍ରେଲରରେ ଲୁହାପଥର ଲୋଡ଼ ହୋଇ ସାରିଥିବା ବେଳେ ଅନ୍ୟ ଦୁଇଟିରେ ଲୋଡ଼ ହେଉଥିଲା,ଯାହାକୁ ଜବତ କରାଯାଇଛି।ଦୁଇଟି ଟ୍ରେଲରରେ ଲୋଡ଼ ହୋଇଥିବା ଲୁହାପଥରର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।ଗିରଫ ବ୍ୟକ୍ତି ମାନଙ୍କ ମଧ୍ୟରେ ୪ଜଣ ଡ୍ରାଇଭର ଥିବା ବେଳେ ଅନ୍ୟ ଦୁଇ ଜଣ ମାଫିଆ ଅଛନ୍ତି।

koenjhar 1

 

ମାଫିଆ ଦୁଇ ଜଣ ହେଉଛନ୍ତି ଷ୍ଟେସନ ରୋଡ ଅଞ୍ଚଳର ଜିତେନ୍ଦ୍ର ଝା ଓ ବରକତ ନଗର ଅଞ୍ଚଳର ଏମଡି କ୍ୟୁରେସି।ପୋଲିସ ଏବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ଓ ଅନ୍ୟ କିଏ ଏହି ଘଟଣା ରେ ସମ୍ପୃକ୍ତ ଅଛନ୍ତି ସେ ନେଇ ଖୋଳତାଡ଼ ଚଳାଇଥିବା ବଡ଼ବିଲ ଏସଡିପିଓ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.